ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

———————————————————————- ଡାବୁଗାଁ, ୨୫/୧୦ – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମ ନିକଟସ୍ଥ କାଜୁ ବଗିଚା ମଧ୍ୟରେ ଥିବା କୃଷ୍ଣଚୂଡା ଗଛଡାଳରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜଣେ ଅଲେଖ ବାବା ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭୋଯୋଗ ହୋଇଛି | ସୂଚନାଯୋଗ୍ୟ:- ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମ ନିକଟସ୍ଥ କାଜୁ ବଗିଚା ମଧ୍ୟରେ ଥିବା କୃଷ୍ଣଚୂଡା ଗଛ ଡାଳରେ ଜୟସିଂ ସାନ୍ତା (୩୫) ନାମକ ଅଲେଖ ବାବା ନିଜ ବିନ୍ଧା କୌପୀନ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲେ | ଆଜି ସକାଳୁ ଗ୍ରାମର କିଛି ଲୋକ ଶୌଚ ପାଇଁ ଯାଇଥିଲେ | ସେଠାରେ ଏକ ଗଛ ରେ ଜଣେ ଲୋକ ଝୁଲୁ ଥିବା ଦେଖି ଗ୍ରାମକୁ ଆସି ଖବର ଦେଇଥିଲେ | ପରେ ଖବର ପ୍ରସାରିତ ହେବାପରେ ମୃତକର ପରିବାର ଲୋକେ ଆସି ଦେଖି ଚିହ୍ନଟ କରିଥିଲେ | ମୃତକ ହେଲେ ଝରିଗାଁ ଥାନା ଅଧୀନ ପାଲିଆ ଗ୍ରାମର ସେଖୁରୁ ସାନ୍ତାଙ୍କ ପୁଅ ଜୟାସିଂ ବୋଲି ଜଣା ପଡିଛି | ଏନେଇ ମୃତକ ଙ୍କ ଭାଇ ଗୋବିନ୍ଦ ସାନ୍ତା ମଙ୍ଗଳବାର ମଧ୍ୟାନ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି | ଡ଼ାବୁଗାଁ ରୁ ଦୁର୍ଗା ପ୍ରସାଦ ଖୁଣ୍ଟିଆ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା।

Leave a Reply

Your email address will not be published. Required fields are marked *