ମା ମଙ୍ଗଳ‍ାଙ୍କ ଶେଷ ପାଳି ଧୁମଧାମରେ ପାଳିତ

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ ହାଟମଙ୍ଗଳା ପରିସରରେ ମା ମଙ୍ଗଳା ଓଷା ଶେଷ ପାଳି ବେଶ୍ ଧୁମ୍ ଧାମର ସହ ପାଳିତ ହୋଇଯାଇଛି । ଏହି ଓଷାଟି ଦୀର୍ଘ ୩୫ ବର୍ଷ ହେବ ୫ ରୁ ୧୦ ଜଣରେ ପ୍ରଥମେ ଆରମ୍ଭ ହୋଇଥିଲା ଏଥିରେ ଆଖପାଖର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ନିଜର ମାନସିକ କରିବା ସହ ପୂଜା ଅର୍ଚ୍ଚନା କରିଥାନ୍ତି । ଏହି ଓଷାଟି ୨୬/୦୯/୨୦୨୩ ତାରିଖରୁ ଆରମ୍ଭ ହୋଇ ୨୪/୧୦/୨୦୨୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ପାଳି ପ୍ରତି ମଙ୍ଗଳବାର ଓଷା ବିଧିବଧ ଭାବେ ଓଷା କାର୍ଯ୍ୟ ସମ୍ପନ କରିଥାନ୍ତି । ଶୁଣାଯାଏ ଏହି ଓଷା ଦ୍ୱାରା ଭକ୍ତମାନଙ୍କର ମାନସିକ ପୂରଣ ହେବା ସହ ସଫଳ ହେବାର ପ୍ରମାଣ ରହିଛି । ମା’ଙ୍କର ଭରଷା ବିଶ୍ୱାସ ଯୋଗୁଁ ଦୂର ଦୂରାନ୍ତରୁ ଭକ୍ତମାନଙ୍କୁ ପାଖକୁ ଟାଣି ଆଣିଥାଆନ୍ତି । ପୂଜା ଅର୍ଚ୍ଚନା ସହ ହୁଳହୁଳି,ହରିବୋଲ୍ ଓ ଭଜନ କୀର୍ତ୍ତନ ଖୋଳ ତାଳରେ ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା । ପରିଶେଷରେ ଓଷା ସମ୍ପୂର୍ଣ୍ଣ ହେଲା ପରେ ଭୋଗ ଖାଇ ନିଜ ନିଜ ଘରକୁ ଫେରିଥା’ନ୍ତି । ଏଥରେ ବିଭିନ୍ନ ଅଞ୍ଚଳରୁ ୫୦୦ ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *