ସପ୍ତାହ ହେବ ରାସ୍ତାରେ ପଡିରହିଛି ୧୦୮ ଆମ୍ବୁଲାନ୍ସ୍ ସେବା ଗାଡି

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ –
ଧର୍ମଶାଳା ବ୍ଲକ୍ ଜାରକା କବାଟବନ୍ଧ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ରାସ୍ତାରେ ୭ ଦିନ ହେବ ପଡିରହିଛି ୧୦୮ ଆମ୍ବୁଲାନ୍ସ୍ ଗାଡି। ଏହି ଘଟଣାଟି ଚଉଷଠିପଡ଼ା ନିକଟସ୍ଥ ରେଲୱେ ବ୍ରିଜ୍ ତଳେ ଦୈନନ୍ଦିନ ଯିବା ଆସିବା କରୁଥିବା ଜରୁରୀ କାଳୀନ ସେବା ୧୦୮ ଆମ୍ବୁଲାନ୍ସ୍ ଟି ଖରାପ ହେବାରୁ ରାସ୍ତାରେ ଅଟକି ରହିଥ‌ିବାର ଦେଖ‌ିବାକୁ ମିଳିଛି। ରାସ୍ତାରେ ଅଟକି ରହିଥିବା ଆମ୍ବୁଲାନ୍ସଟିର ନମ୍ବର ହେଉଛି ଓଡି ୦୨ ବିବି ୯୭୪୮ ମରାମତି କରାଯିବାକୁ କେହି ପଦକ୍ଷେପ ନେଉନଥ‌ିବା ବେଳେ ଅଲଡା ହୋଇ ରାସ୍ତା କଡରେ ପଡିଥିବାର ଜଣାପଡ଼ିଛି । ଏଭଳି ଜରୁରୀ ଜନନୀ ସୁରକ୍ଷା ଗାଡ଼ି ଭାବେ ନିୟୋଜିତ ସେବାରେ ଲାଗୁଥ‌ିବା ଗାଡ଼ି ପଡ଼ିରହିଲେ ଜଣାପଡ଼ିଛୁ ଜନନୀ ସୁରକ୍ଷା ସେବା ଅଞ୍ଚଳରେ କିପରି ଚାଲୁଛି । ଏହି ଗାଡ଼ିଟିର ଡାହାଣ ପାର୍ଶ୍ଵ ଆଗ ଚକ ନ ଥ‌ିବା ସହିତ ଯାନ୍ତ୍ରିକ ତ୍ରୁଟି ରହିଥିବାର ଲକ୍ଷ୍ୟ କରାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦାୟୁତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଗାଡିଟି ପଡି ରହିବା ସହିତ ରୋଗୀ ସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ । ଏଭଳି ଜରୁରୀ ସେବାରେ ଲାଗୁଥିବା ଗାଡି ପଡି ରହିଲେ କିପରି ସେବା ହେଉ ଥିବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *