ଧର୍ମଶାଳା ବିଭିନ୍ନ ସ୍ଥାନରେ ଜହ୍ନି ଓଷା ପାଳିତ

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା
ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଭଳି ବିଭିନ୍ନ ସ୍ଥାନରେ ଜହ୍ନି ଓଷା ଶେଷ ପାଳି ଧୁମଧୁମାରେ ପାଳିତ ହୋଇଯାଇଛି । ଏହି ଓଷା ଆଶ୍ୱୀନ ମାସରେ ୮ ରୁ ୯ ଦିନ ଧରି ପାଳିତ ହୋଇଥାଏ । ତୁଳସୀ ମୂଳ ସାଜସଜା କରି ଲିଆ ଉଖୁଡା ଭୋଗ ନେଇ ଝିଅମାନେ ମିଳିମିଶି ଜହ୍ନି ଓଷା କରିଥାନ୍ତି । ଏହି ଓଷା ଦ୍ୱାରା ଦେହରେ ଥିବା ଯେଉଁ ବ୍ୟାଧିମାନ ଭଲ ହେବା ସହ ଜୀବନ ସୁଖମୟ ହୁଏ ବୋଲି ଓଷା ବହିରେ ଲିପିବଦ୍ଧ ହୋଇରହିଛି । ତୁଳସୀ ଚହୁଁରାରେ ୫ଟି କାକରା ନେଇ ଆନନ୍ଦ ମନରେ ପୂଜା ବିଧି କଲେ ହଜିଥିବା ପୁଅମାନଙ୍କୁ ମିଳିଥାଏ ବୋଲି ଲିଖିତ ଓଷା ବହିରେ ଅଛି । ଏହି ଓଷାକୁ ଯେଉଁମାନେ ଟାହି ଟାପରା କରନ୍ତି ଅପୁତ୍ରିକ ହୋଇ ମୃ୍ତ୍ୟୁ ବରଣ ହେବ ବୋଲି ଯାହା ଉଲେଖ ରହିଛି । କୁମାର ପୂର୍ଣ୍ଣିମା ଶେଷ ପାଳି ପୂଜାରେ ନଡିଆ,ପାଚେଲା କଦଳୀ,ସାତ ବର୍ଣ୍ଣ ପିଠା ସୁବର୍ଣ୍ଣ ଚାଙ୍ଗୁଡାରେ ନେଇ ପୂଜା ଅର୍ଚ୍ଚନା ହୋଇଥାଏ । ପୂଜା ସାରିବା ପରେ ବନ୍ଦାପନା ସହ ଚଉଁରା ମୂଳରେ ଅର୍ଘ୍ୟ ଦେଇ ଆନନ୍ଦରେ ହୁଳହୁଳି ଦେଇଥାନ୍ତି । ପରିଶେଷ ଆନନ୍ଦ ମନରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

Leave a Reply

Your email address will not be published. Required fields are marked *