ସମାଜବିଜ୍ଞାନୀ ଜୟଦେବଙ୍କୁ ସମ୍ବର୍ଦ୍ଧନା

ଧର୍ମଶାଳା,(ନିପ୍ର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ ବୃନ୍ଦାଦେଈପୁର ଶାସନ ଗ୍ରାମର ଜୟଦେବ ଶତପଥୀଙ୍କୁ ସମାଜ ବିଜ୍ଞାନରେ ଡାକ୍ତରି ପାଇଥିବାରୁ ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସମାଜବିଜ୍ଞାନ ବିଭାଗରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ସେ କର୍ପୋରେଟମାନଙ୍କ ସାମାଜିକ ଦାୟିତ୍ବବୋଧ ଓ ସମ୍ପ୍ରଦାୟଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଝାରସୁଗୁଡ଼ା ଜିଲାର ଦୁଇଟି ଶିଳ୍ପସଂସ୍ଥାକୁ ନେଇ ଗବେଷଣା କରୁଥିଲେ। ତାଙ୍କ ସନ୍ଦର୍ଭଟି ଉଚ୍ଚ ପ୍ରଶଂସିତ ହେବା ସହ ଅକ୍ଟୋବର ୧୧ ତାରିଖ ଦିନ ତାଙ୍କୁ ବିଶ୍ବ ବିଦ୍ୟାଳୟରୁ ଏହି ସର୍ବୋଚ୍ଚ ଡିଗ୍ରୀ ମାନ୍ୟତା ମିଳିଛି । ଏହି ଅବସରରେ ବଣମଲ୍ଲୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ମଲ୍ଲିକ, କାହ୍ନୁଚରଣ ସାହୁ, ବିଷ୍ଣୁଚରଣ ଓଝା, ଅଧ୍ୟାପକ ମନୋଜ କୁମାର ଧିର, ସମାଜସେବୀ ପଦ୍ମନାଭ ଶତପଥୀ, ଅନୁଷ୍ଠାନର ସଭାପତି ନିର୍ମାଲ୍ୟ କୁମାର ପ୍ରଧାନ, ଉପସଭାପତି ଲାଲମୋହନ ଶତପଥୀ, ସମ୍ପାଦକ ସରୋଜକାନ୍ତ ବେହେରା, ସଭ୍ୟ ରାକେଶ ସାହୁ, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଜୟଦେବଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ନିଷ୍ଠା ଓ ସଂଘର୍ଷକୁ ପ୍ରଶଂସା କରିଥିଲେ। ଏହି ଖବର ଶୁଣିଲା ପରେ ସ୍ଥାନୀୟ ଅଞ୍ଚଳରେ ତାଙ୍କ ପ୍ରତି ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛି ।
ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା

Leave a Reply

Your email address will not be published. Required fields are marked *