ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ।


ପୁରୀ ୨୯/୧୦ ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରାଯାଇ ପାରିବ ନାହିଁ। କିନ୍ତୁ ସଚେତନ ଓ ସତର୍କ ହେଲେ ବିପର୍ଯ୍ୟୟର ପ୍ରଭାବ ଓ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଚିତ। ତେବେ ବିପର୍ଯ୍ୟୟ ର ମୁକାବିଲା ପାଇଁ ଉପଯୁକ୍ତ ଯୋଜନା, ବ୍ୟାପକ ସଚେତନତା, ବିପର୍ଯ୍ୟୟ ପୂର୍ବରୁ ସତର୍କତା, ଉଦ୍ଧାର, ଓ ପରେ ଥଇଥାନ ଓ ସହଯୋଗ ପାଇଁ ଜନ ଜାଗରଣ ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିବା ସହ ସମସ୍ତ ଜୀବନ ମୂଲ୍ୟବାନ ଏହାର ସୁରକ୍ଷା ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ। ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ରାକେଶ କୁମାର ପଣ୍ଡା କାର୍ଯ୍ୟକ୍ରମ ରେ ସଂଯୋଜନା କରି ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ ଯୋଗ ଦେଇ ବିପର୍ଯ୍ୟୟ ର କାରଣ, ନିରାକରଣ, ସତର୍କତା ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପୂର୍ବାହ୍ନରେ ସିଂହଦ୍ୱାର ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ସିଂହ ଦ୍ବାର ନିକଟରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଘାଟଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ବିପର୍ଯ୍ୟୟ ର ମୁକାବିଲା ପାଇଁ ବିବିଧ କୌଶଳ ଓ ଉପାୟ ପ୍ରଦର୍ଶନ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *