ଶ୍ରୀ ଜଗନ୍ନାଥ ମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରାୟଗଡ଼ାରେ ଶ୍ରୀଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା

ରାୟଗଡ଼ା ୬/୧୧: ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ରାୟଗଡ଼ାରେ ଅନୁଷ୍ଠିତ ହୋଇଛି। କାରଣ ପବିତ୍ର ଶାବର ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ଅତି ପ୍ରିୟ ସ୍ଥାନ। ସେହି କାରଣରୁ ଗଞ୍ଜାମ ,ଖୋର୍ଦ୍ଧା , କୋରାପୁଟ ପରେ ରାୟଗଡ଼ା ଜିଲ୍ଲାରେ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ କରିଛି ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ଶ୍ରୀ ପରିଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ରାୟଗଡ଼ା ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବିକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇମାସ ମହଲତ ଦେଇଛନ୍ତି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ଓ ମଣତି ପାଇଁ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନିର୍ଦେଶ ଓ ପୁରୀ ଜିଲା ପ୍ରଶାସନର ଅନୁରୋଧ ଯୋଗୁ ସେନା ଓଡିଶା ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ କରିଛି। କିନ୍ତୁ ବୁଦ୍ଧିଜୀବୀ ଆନ୍ଦୋଳନରେ ଯବନିକା ପଡ଼ିନାହିଁ। ସେଥିପାଇଁ ସେନା ଭକ୍ତ ଜାଗରଣ ଓ ସଂପର୍କ ଯାତ୍ରା ଆରମ୍ଭ କରିଛି। ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ଚାରି ଦୁଆର (ଧର୍ମ, ଅର୍ଥ, କାମ, ମୋକ୍ଷ) ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଆଉ ହେବ ନାହିଁ। କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିଶ୍ବବାସୀଙ୍କ ଧାର୍ମିକ ମାନସିକତା ସହ ଖେଳି ସମୟ ଗଡ଼ାନ୍ତି ତାହା ହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ଓ ବନ୍ଦ ପୁନର୍ବାର ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ୪ ଦୁଆର ବନ୍ଦ ହେବା ଯୋଗୁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି। ଏହାଦ୍ବାରା ଲୋକେ ବେହୋସ ହୋଇ ଯାଉଛନ୍ତି ଓ ମରଇଯଆଉଛନ୍ତଇ ମଧ୍ୟ। ପ୍ରଶାସନିକ ଅଧିକାରୀମାନେ ନିଜର ପତିଆରା ଜାହିର କରିବା ପାଇଁ ଏହିପରି କରୁଛନ୍ତି। କାରଣ ଲୋକେ ହଇରାଣ ହେଲେ ସେମାନଙ୍କ ନିକଟରେ ଲୋକେ ଅଧିଆ ପଡିବେ ଓ ସେମାନେ ନିର୍ଦେଶ ଦେଲେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଧିକାରୀମାନଙ୍କ ଏହି ଏକଚାଟିଆ ମନୋଭାବ ପାଇଁ ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା‌ ଭକ୍ତବୃନ୍ଦ ମହାପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ନାକେଦମ ହେଉଛନ୍ତି। ତେଣୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ଦୃଷ୍ଟିରୁ ତୁରନ୍ତ ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ସାରିବା ସହ ୪ ଦୁଆର ଆସନ୍ତା ୨ ମାସ ମଧ୍ୟରେ ଖୋଲାଯିବା‌ ନିହାତି ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶ୍ନ କରିଛନ୍ତି ଯେ ରତ୍ନଭଣ୍ଡାର ଓ ଚାରି ଦୁଆର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି ? ଓଡ଼ିଆଙ୍କ ପ୍ରାଣକେନ୍ଦ୍ର କାଳିଆ ସାଆନ୍ତଙ୍କ ଠାରୁ ଭକ୍ତଙ୍କୁ ଅଲଗା କରିବାର ଅଧିକାର ସରକାରଙ୍କର ଅଛି କି ? ଯିଏ ମନ୍ଦିର ନିର୍ମାଣ କରିଥିଲେ ସିଏ ଗୋଟିଏ ଦ୍ୱାର ନ କରି ଚାରି ଦୁଆର କରିଥିଲେ କାହିଁକି ? କାରଣ ଭବିଷ୍ୟତ ରେ ବିଶ୍ଵନିୟନ୍ତାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତମାନେ ଆସିବେ ମାତ୍ର ଏମାନେ ନିଜକୁ ଅଧିକ ବୁଦ୍ଧି ମାନ ଭାବି ତିନି ଦୁଆର ବନ୍ଦ କରି ଗୋଟିଏ ଦ୍ଵାରରେ କୃତ୍ରିମ ଗହଳି ସୃଷ୍ଟି କରାଇ ଵିଚରା ନୀରିହ ଭକ୍ତ ମାନଙ୍କୁ ଅଯଥାରେ ହଇରାଣ ଓ କଷ୍ଟ ଦେଇଯଥିବାରୁ ଏହାର ପ୍ରତିବାଦ ସେନା ଜାରି ରଖିଛି ଓ ଫଳ ନମିଳିବା ପର୍ଯ୍ୟନ୍ତ ଜାରିରହିବ ।ସମଗ୍ର ରାଜ୍ୟର ପୁରପଲ୍ଲୀରେ ଭକ୍ତମାନଙ୍କୁ ଜାଗ୍ରତ କରାଇବା ସହ ସରକାର ଓ ପ୍ରଶାସନ ପକ୍ଷରୁ ଆମକୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ଓ କାର୍ଯ୍ୟକ୍ରମ ସେନା ପକ୍ଷରୁ ଚାଲୁ ରହିଲା। ଗଞ୍ଜାମରୁ ଗତ ୮ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଗଞ୍ଜାମ ଜିଲାରେ ଲୋକଙ୍କୁ ସଚେତନ କରିବା ପରେ ଖୋର୍ଦ୍ଧାରେ ପହଞ୍ଚିଥିଲା। ପରେ ରାୟଗଡ଼ା ଜିଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ସେନାର ସଂଘର୍ଷ ଓ ଭକ୍ତ ଜାଗରଣ ସମ୍ପର୍କ ଯାତ୍ରା କିପରି ପହଞ୍ଚିବ ସେ ନେଇ ଯୋଜନା କରାଯାଇଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । ଗତ ଅକ୍ଟୋବର ୮ ତାରିଖରେ ଏହିଯାତ୍ରା ଗଞ୍ଜାମରେ ଆରମ୍ଭ ହୋଇଥିଲା। ପରେ ଖୋର୍ଦ୍ଧା , ଗଞ୍ଜାମ ,କୋରାପୁଟ ପରେ ଏବେ ରାୟଗଡ଼ା ଜିଲ୍ଲାରେ ପହଞ୍ଚିଛି। ରାୟଗଡ଼ା ଜିଲ୍ଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ଶ୍ରୀଜଗନ୍ନାଥ ସେନାର ସଂଘର୍ଷ ଓ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ପହଞ୍ଚିବ।

(ରାୟଗଡା ରୁ ପ୍ରଫୁଲ କୁମାର ବେହେରାଙ୍କ ରିପୋର୍ଟ ରିପବ୍ଲିକ ଓଡିଶା)

Leave a Reply

Your email address will not be published. Required fields are marked *