କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି ।

କାଶିପୁର ୯/୧୧(ରାୟଗଡା ରୁ ପ୍ରଫୁଲ କୁମାର ବେହେରା ) ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କାଶୀପୁର ଯେ ଏମ ଏଫ ସି ତଥା ଉକ୍ତ କମିଟି ଅଧକ୍ଷ ଶୋଭାନ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ସେ କାର୍ଯ୍ୟକ୍ରମ ର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କବିତା କୁମାରୀ ମିଶ୍ର ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ, ତାଳୁକ ଆଇନ ସେବା ପ୍ରାଧିକାରଣ କମିଟି କିରାଣି ମୁକେଶ କୁମାର ଚକ୍ର ,ବିଭାଗୀୟ ପରିଚାଳନା ଅଧିକାରୀ ଆଲୋକ ପାଢୀ , ଅତିରିକ୍ତ ପାବ୍ଲିକ ପ୍ରସିକୁଟର କରମ ଚାନ୍ଦ ପ୍ରଧାନ , ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *