ଟାଟା ମେଜିକ ସହିତ ବାଇକ ଧକ୍କାରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସାନଗାଦାବାଲସା ମୂଖ୍ୟ ରାସ୍ତା ନିକଟରେ ବାଇକ ଓ ଟାଟା ମେଜିକ୍ ଦୁର୍ଘଟଣା ଗ୍ରସ୍ତ ଜଣେ ଘଟଣାରେ ମୃତ୍ୟୁ ଓ ଦୁଇଜଣ ଗୁରୁତର। ମୃତ ବ୍ୟକ୍ତି କୁଟ୍ରାବେଡ଼ା ପଞ୍ଚାୟତ ମହାଗୁଡା ଗ୍ରାମର ଯୁଧିଷ୍ଟି ମେଲେକା( ପୂ ) ୨୩ ବର୍ଷ ଅଟନ୍ତି । ମୃତ ବ୍ୟକ୍ତି ଜଣକ ଆଧାର କାର୍ଡ କରିବା ପାଇଁ ବାଇକ ନମ୍ବର ଓଡ଼ି ୧୦ ଟି ୪୫୧୭ ଚଳାଇ ବନ୍ଧୁଗାଁ ବ୍ଲକକୁ ସାଥିରେ କାନ୍ତା ଜାକାକା (ମ) ୪୦ ବର୍ଷ , ମାଳତୀ ପ୍ରସାକା (ମ) ୪୦ ବର୍ଷ ଆସୁଥିଲେ । ବିପରୀତ ଦିଗରୁ ଆସୁଥିବା ଟାଟା ମେଜିକ୍ ଗାଡ଼ି ଓଡି ୧୮ ଏଲ ୦୪୧୨ ସହିତ ଧକା ହୋଇଥଲା । ଯାହା ଦ୍ୱାରା ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଓ ପୁର୍ବତନ ସାଂସଦ ଝୀନ ହିକକାଙ୍କ ସହଯୋଗ ରେ ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ୍ ଥାନାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡ଼ି ଗୁଡିକ ଜବତ କରି ଥାନାରେ ରଖିଥିବା ଜାଣିବାକୁ ମିଳିଛି। (ବନ୍ଧୁଗାଁ ବ୍ଲକ ରୁ ଉତ୍ତମ ନାୟକଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା)

Leave a Reply

Your email address will not be published. Required fields are marked *