ସମ୍ପର୍କୀୟ ଭାଇ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା

ବିଷମକଟକ(୯/୧୧/୨୩) ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଏକ ଘରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ବୁରୁକୁଗୁଡା ଗ୍ରାମର ନନ୍ଦିନି ନାଏକ । ମୃତ ମହିଳାଙ୍କ ବୟସ (୪୮) ରାମକ୍ରୀଷ୍ଣା ମିଶନ ରେ ବଗିଚାକାମ କରି ଚଳନ୍ତି ସେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହିଯାଆନ୍ତି । ସେହି ସମ୍ପର୍କୀୟ ଙ୍କ ଘରେ ହି ତାଙ୍କୁ ହତ୍ୟା କରାଯାଇଛି ଯେଉଁ ବ୍ୟକ୍ତି ହତ୍ୟା କରିଛନ୍ତି ତାଙ୍କ ନାମ ଚନ୍ଦ୍ର ବୋଲି ଜଣାପଡ଼ିଛି । ସେହି ସମ୍ପର୍କୀୟ ଭାଇହି ନନ୍ଦିନି ଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏକ ମାମଲା ରୁଜୁ କରି ହତ୍ୟାର କାରଣ ଅସ୍ପଷ୍ଟ ଥ‌ିବାବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ ଯାଞ୍ଚ୍ କରି ଥିଲେ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି । ପୋଲିସ ମର ଶରୀର କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ। (ରାୟଗଡ଼ାରୁ ପ୍ରଫୁଲ କୁମାର ବେହେରାଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *