ଅସହାୟଙ୍କ ମୁହଁରେ ହସ ଫୁଟାଇବାର ଏକ ନୂଆ ପ୍ରୟାସ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କାଏମା ଠାରେ ଗଢିଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅସହାୟର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶୁଭଦୀପାବଳି ଉପଲକ୍ଷେ ବାଣ ବଦଳରେ ଧର୍ମଶାଳା ବ୍ଲକର କିଛି ଗ୍ରାମ ମାନଙ୍କରେ ଥିବା ଦୁଃଖି ଦରିଦ୍ର ଓ ଅସହାୟ ଲୋକମାନଙ୍କୁ ଦୀପ, ବଳିତା, ତେଲ, ମିଠା, ବିସ୍କୁଟ,ଫଳ ସବୁ ବଣ୍ଟନ କରାଯାଇଥିଲା । ବାଣ ଫୁଟାଇବା ବଦଳରେ ଅସହାୟଙ୍କ ପରିବାରକୁ ସହାୟତାର ନିଆର ପ୍ରୟାସ ସର୍ବଦା ଜାରୀ ରହିଛି । ଯାହା ଦ୍ୱାରା କି ପରିବେଶ ପ୍ରଦୂଷଣ ବଦଳରେ ନୂତନ ବାର୍ତ୍ତା ସମାଜକୁ ଦିଗଦର୍ଶନ ଦେବାର ପ୍ରୟାସ ସହ ସୁରକ୍ଷିତ ସମାଜ ଗଠନ ଦିଗରେ ଏକ ପାଦ ଆଗେ ପହଞ୍ଚି ପାରିବ । ତତ୍ ସହିତ ତରାପୁରରେ ଥିବା ଆଶ୍ରମରେ ମଧ୍ୟ ବାଣ ବଦଳରେ ପିଲାମାନଙ୍କୁ ବିସ୍କୁଟ, ଚକୋଲେଟ୍ ଦେଇ ଖୁସି ବାଣ୍ଟିଥିଲେ । ଏଥିରେ ସାମିଲ ହୋଇଥିଲେ ସଂଗଠନର ପ୍ରତିଷ୍ଠାତା ଓ ସମ୍ପାଦକ-ଶ୍ରୀଗଣେଶ୍ଵର ନାୟକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ, ଶ୍ରୀମତୀ କାଦମ୍ବିନୀ ମିଶ୍ର, ଶ୍ରୀ ଅଜୟ କୁମାର ସେଠୀ, ମନୋଜ କୁମାର ପଲେଇ,ତପନ କୁମାର ସାହୁ, ପ୍ରମୋଦ କୁମାର ପୁହାଣ, କପିଳେଶ୍ୱର ରଣା ପ୍ରମୁଖ ସହଯୋଗ କରିଥିଲେ । ଏହିପରି ପ୍ରୟାସକୁ ଆବାଳ ବୃଦ୍ଧବନିତା ଭୂୟଶ୍ରୀ ପ୍ରଶଂସା କରିବା ସହିତ ସ୍ଥାନୀୟ ଲୋକେ ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି ।
ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା

Leave a Reply

Your email address will not be published. Required fields are marked *