ନାରାୟଣ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁଦିବସ ସମାରୋହ ଅନୁଷ୍ଠିତ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ ନାରାୟଣ ଶୋଭନୀୟ ଶିକ୍ଷାଶ୍ରମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସୁନ୍ଦର ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଓଝା ଓ ସମ୍ମାନନୀୟ ଅତିଥି ଭାବେ ଅବସର ପ୍ରାପ୍ତ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ୍ ଯୋଗ ଦେଇଥିଲେ । ଏହି ଶିକ୍ଷାଶ୍ରମ ଏକ ଆଲୋକ ବର୍ତ୍ତିତା ଭାବେ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାଦାନ କରିଆସୁଛି । ସମସ୍ତଙ୍କ ମନରେ ବିଶେଷ କରି ଶିଶୁମାନଙ୍କ ଭିତରେ ହସ ଫୁଟାଇବା ପାଇଁ ଶିକ୍ଷାନୁଷ୍ଠାନ ତରଫରୁ ଅଭିନୟ ପ୍ରୟାସ ଚାଲିଛି । ନିଶ୍ଚିତ ଭାବେ ଏ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଶ୍ରମ । ଯାହା ଗୁରୁଜୀ ଓ ଗୁରୁମା ମାନେ ଏକ ସମପ୍ରିତ ଭାବେ ଶିକ୍ଷାଦାନ କରିଆସୁଛନ୍ତି । ଯାହା ବାସ୍ତବରେ ପ୍ରଶଂସନୀୟ ପାତ୍ର ବୋଲି ଅଭିହିତ କରାଯାଇଛି । ବିଶେଷ କରି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଜବାରଲାଲ୍ ନେହୁରଙ୍କ ଉଦ୍ଦେଶ୍ୟରେ ଯେଉଁ ଭଳି ଛାତ୍ରଛତ୍ରୀମାନଙ୍କ ତରଫରୁ ଆୟୋଜନ କରାଯାଇଛି ତାହା ବହୁତ ପ୍ରଶଂସନୀୟ ଓ କୁମାର ଭାଇଙ୍କର ଶୋଭନୀୟ ଆନ୍ଦୋଳନ ସହିତ ପ୍ରିୟ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଯେଉଁ ଅପୂର୍ବ ସମନ୍ଧୀୟ ଘଟିଛି ତାକୁ ଏ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭବିଷ୍ୟତରେ ଶୋଭନୀୟ ଆନ୍ଦୋଳନ ସତତଃ ଭାଗ ନେଇ ଅଞ୍ଚଳ ଓ ଦେଶ ମାଟିର ଗୌରବ ମଣ୍ତିତ କରିବେ ଏହା ନିଶ୍ଚିତ ହୋଇପାରିବ ବୋଲି ଶ୍ରୀଯୁକ୍ତ ମଲ୍ଲିକ୍ କଥା ପ୍ରସଙ୍ଗରେ ଆହ୍ୱାନ ଦେଇଥିଲେ । ଗୁରୁଦିବସରେ ଏହି ଶିଶୁମାନଙ୍କ ବାର୍ତ୍ତା ଦେଲେ କଷ୍ଟ କରନ୍ତୁ ଜୀବନର ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କଲେ ଶିଖର ପାହାଚରେ ପହଞ୍ଚି ପାରିବ ତିଳେ ମାତ୍ରେ ସନ୍ଦେହ ନାହିଁ । ପ୍ରତ୍ୟେକ ଗାଁ ରୁ ସହର ଯାଏ ଶୋଭନୀୟ ବାର୍ତ୍ତା ପହଞ୍ଚାଇବା ଓ ବିଶ୍ୱ ଶୋଭନୀୟ ସୃଷ୍ଟି କରିବା ଲକ୍ଷ୍ୟ ଥିଲା । ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଧାଶୁଂବାଳା ଶତପଥୀ,ସଂପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଶତପଥୀ ସମେତ ,ଛାତ୍ରଛାତ୍ରୀ ,ଗୁରୁଜୀ ଓ ଗୁରୁମାମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା,

Leave a Reply

Your email address will not be published. Required fields are marked *