ବିଶ୍ଵ ମଧୁମେହ ଦିବସ ପାଳିତ


ପୁୁୁରୀ : ଲକ୍ଷ୍ଷ୍ମୀ)

ଶ୍ରୀ ଜଗନ୍ନାଥ ହାର୍ଟ ଫାଉଣ୍ଡେସନ ଓ ERIS LIFESCIENCES LTD ର ମିଳିତ ଆନୁକୁଲ୍ୟରେ ପୁରୀରେ ଆଜି ବିଶ୍ଵ ମଧୁମେହ ଦିବସ ପାଳିତ ହୋଇଯାଇଅଛି. ଏହି ଅବସରରେ ଏକ ବିଶାଳ ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା. ସେଠାରେ ଏକ ସଭାରେ ଡାକ୍ତର ଅଶୋକ କୁମାର ପରିଡା ଙ୍କ ପତ୍ୟେଚ୍ୟ ତତ୍ବାବଧାନରେ ମଧୁମେହ ଜନିତ ରୋଗ ଓ ଏହାର ନିରାକରଣ ଉପରେ ଆଲୋକପାତ କରାଯାଇଥିଲା. ଏହି ସଭାରେ ଡାକ୍ତର ଶାନ୍ତନୁ କୁମାର ଜେନା , ଡାକ୍ତର ହରିବଲ୍ଲଭ ମହାପାତ୍ର , ଡାକ୍ତର ପ୍ରତ୍ୟୁଶ ମହାପାତ୍ର , ପୁରୀ ଜିଲ୍ଲା ହାବିଲଦାର୍ ମହାସଂଘ ର ସଭାପତି ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ପୁରୀ ସାଂସଦ ପ୍ରତିନିଧି ଘନଶ୍ୟାମ ମର୍ଦ୍ଦରାଜ ଉପସ୍ଥିତ ରହିଥିଲେ . ଏହି କାର୍ଯ୍ୟକ୍ରମକୁ ଶକ୍ତି ନାୟକ ଏବଂ ବରିଷ୍ଠ ସମ୍ବାଦିକ ମଧୁସୂଦନ ମିଶ୍ର ପରିଚାଳିତ କରିଥିଲେ . ସଭା ଶେଷରେ ଅନୁଷ୍ଠାନର ସମସ୍ତ କର୍ମିକର୍ତ୍ତାଙ୍କୁ ଅନ୍ୟବାଦ ଅର୍ପଣ କରାଯାଇଥିଲା .

Leave a Reply

Your email address will not be published. Required fields are marked *