ଚାଷୀଙ୍କ ଟଙ୍କା ହଡପ ମାମଲା, ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ।

Ref:ବଲାଙ୍ଗୀର ସାଇବର ଥାନା Case No.30dt.15.11.2023 U/S-419/420/467/468/471/120(B) IPC R/w- Section 66(C)/66(D)IT Act.
ଗତ ତା 15.11.203 ରିଖ ଦିନ ସିନ୍ଧେକେଲା ଥାନା ଅନତର୍ଗତ ଗଞ୍ଜିଆ ପଡ଼ା ଗ୍ରାମର କୁଷ ପରାଭୋଇ ଅଭିଯୋଗ କରିଥିଲେ କି ତାଙ୍କ ଗ୍ରାମର ପଞ୍ଚାନନ୍ ପୁଟେଲ ଓ ଟିଟିଶିଲଟ ଗ୍ରାମର ଚନ୍ଦ୍ର ଶେଖର ସାହୁ ତାଙ୍କ ଜମି ଉପରେ ଗତ ବର୍ଷ ପ୍ରଧାନ ମନ୍ତ୍ରୀ ଫସଲ ବୀମା ରେ ଆବେଦନ କରି ଟିଟିଶିଲଟ ଗ୍ରାମର ତ୍ରିନାଥ ପର। ଭୋଇଙ୍କ ବ୍ୟାଙ୍କ ଆକାଉଣ୍ଟ୍ ବ୍ୟବହାର କରି ଫସଲ ବୀମା ଟଙ୍କା ସବୁ ଆତ୍ମସାତ କରି ଛନ୍ତି।
କେସ ର ତଦନ୍ତ ସମୟରେ ସାକ୍ଷୀ ଓ ଅନ୍ୟାନ୍ୟ ସୂତ୍ରରୁ ଏହା ଜଣା ପଡିଛି କି ଗତ ବର୍ଷ ଗଞ୍ଜିଆ ପଡ଼ା ଗ୍ରାମର ପଞ୍ଚାନନ ପୁଟେଲ୍ ଓ ଟିଟିଶିଲଟ ଗ୍ରାମର ତାର ସହଯୋଗୀ ଚନ୍ଦ୍ର ଶେଖର ସାହୁ ଦୁହେଁ ମିଶି ଯୋଜନା କଲେ କି ପ୍ରଧାନ ମନ୍ତ୍ରୀ ଫସଲ ବୀମା ପାଇଁ ଲୋକମାନଙ୍କ ଜମି କୁ ବ୍ୟବହାର କରିବା ଓ ଫସଲ ବୀମା ର ଟଙ୍କା କୁ ଅନ୍ୟ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ରେ ଆଣି ଆତ୍ମସାତ କରିବା । ଦୁଇ ଜଣ ମିଶି ଅନଲାଇନ ରେ ଭୁଲେଖ ରୁ ଲୋକ ମାନଙ୍କ ଜାଗା କୁ ବାଛି ଚାଷୀ ମାନଙ୍କ ଅଜାଣତରେ ସେହି ଜାଗା ଉପରେ ଫସଲ ବିମା ଆବେଦନ କରି ବୀମା ଟଙ୍କା କୁ ଅନ୍ୟ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ରେ ନେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଆଜି ଦୁଇ ଅଭିଯକ୍ତଙ୍କୁ ବଲାଙ୍ଗୀର ସାଇବର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରି ଛନ୍ତି।କେସ ର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *