ପ୍ରଧାନ ଶିକ୍ଷକଙ୍କ ଉପରେ ଶିକ୍ଷୟତ୍ରୀଙ୍କ ସ୍ବାମୀ ଆକ୍ରମଣ ଓ ଲୁଟ ଘଟଣାରେ ନୂଆ ମୋଡ, ଶିକ୍ଷୟିତ୍ରୀଙ୍କ ଏତଲା।


ନବରଂଗପୁର, ୧୭/୧୧/୨୩ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବୋଡନି ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରୁ ଡ଼ାବୁଗାଁ ଫେରୁଥିବା ସମୟରେ ସାଙ୍ଗରେ ଆସୁଥିବା ସେହି ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀଙ୍କ ସ୍ବାମୀ ପଥରରେ ଆକ୍ରମଣ କରି ଟଙ୍କା ସୁନା ଓ ମୋଟର ସାଇକେଲ ଲୁଟି ନେଇ ଯାଇଥିବା ଘଟଣା ପରେ ନୁଆ ମୋଡ ନେଇଛି। କନିଷ୍ଠ ଶିକ୍ଷୟିତ୍ରୀ ଝରିଗାଁ ଥାନା ରେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏ ନେଇ ଝରିଗାଁ ଥାନା ରେ ମାମଲା ରୁଜ୍ଜୁ ହୋଇଛି। ସୂଚନା ଅନୁସାରେ ଗତ ୧୩ ତାରିଖ ସୋମବାର ସନ୍ଧ୍ୟାରେ ବୋଡନୀ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ନିଜ ମୋଟର ସାଇକେଲ ରେ ଡ଼ାବୁଗାଁ ଫେରୁଥିବା ସମୟରେ କନିଷ୍ଟ ଶିକ୍ଷୟିତ୍ରୀ ସୁଭ୍ରାଙ୍ଗିନି ମହଲିକଙ୍କ ସ୍ବାମୀ ବିନୋଦ ଲିଫ୍ଟ୍ ମାଗିଥିଲେ। ସିନ୍ଧକାଗୁଡ଼ା ନିକଟରେ ଧନୁର୍ଜୟଙ୍କ ଉପରେ ପଥରରେ ଆକ୍ରମଣ କରି ସୁନା ଚେନ ମୁଦି ଓ ମୋଟର ସାଇକେଲ ଲୁଟି ନେଇଥିବା ତାଙ୍କ ସ୍ତ୍ରୀ ଡ଼ାବୁଗାଁ ଥାନାରେ ଏତଲା ଦେଇଥିଲେ। ଏନେଇ ଡ଼ାବୁଗାଁ ଥାନାରେ କେଶ ନୋ ୧୯୯/୨୩ରେ ମାମଲା ରୁଜୁ କରିଛନ୍ତି। ତା ପର ଦିନ ଅର୍ଥାତ ୧୪ ତାରିଖ ଦିନ ଶୁଭ୍ରାଙ୍ଗିନି ମହଲିକ ଝରିଗାଁ ଥାନାରେ ପ୍ରଧାନ ଶିକ୍ଷକ ଧନୁର୍ଜୟଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି। ସେହି ରିପର୍ଟ ରେ ଧନୁର୍ଜୟ ସେହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେବା ଦିନ ଠାରୁ ତାଙ୍କ କୁ ଦୃଷ୍ଟି ସୁଭ୍ରାଙ୍ଗିନୀ ଙ୍କ ଉପରେ ରହିଛି। ସେ ଅଫିସ ରୁମରେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରି ଥିବା ଅଭିଯୋଗ କରିଛନ୍ତି । ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଲଗାଇ ବେକ ଚିପି ମାରିଦେବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏ ନେଇ ଝରିଗାଁ ଥାନାରେ କେଶ ନମ୍ବର ୨୪୩/୨୨ରେ ଅନେକ ଧାରା ଲଗାଯାଇ ମାମଲା ରୁଜୁ କରାଯାଇଛି। କଣ ସତରେ ବିନୋଦ ଟଙ୍କା ସୁନା ଲୁଟ କରିଛନ୍ତି, ପ୍ରଧାନ ଶିକ୍ଷକଙ୍କ କନିଷ୍ଠ ଶିକ୍ଷୟିତ୍ରୀଙ୍କ ସହ ସମ୍ପର୍କ ରହିଛି ନା ଅନ୍ୟ କୌଣସି ରହସ୍ୟ ଉପଯୁକ୍ତ ତଦନ୍ତ ପରେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଶାସନ ଓ ପୋଲିସ ଉପଯୁକ୍ତ ତଦନ୍ତ ନ କଲେ 400 ରୁ ଉର୍ଦ୍ଧ୍ବ ଛାତ୍ରଙ୍କ ଭବିଶ୍ୱତ ଉପରେ ପ୍ରଶ୍ନବାଚୀ? ଡ଼ାବୁଗାଁ ରୁ ଦୁର୍ଗା ପ୍ରସାଦ ଖୁଣ୍ଟିଆ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା।

Leave a Reply

Your email address will not be published. Required fields are marked *