ପ୍ରାଚୀ ମହାବିଦ୍ୟାଳୟ ରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।

କାକଟପୁର ୧୮/୧୧
କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ପ୍ରାଚୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହ ରେ କଲରେଇ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଇଂ ରଞ୍ଜିତ କୁମାର ସ୍ୱାଇଁ ଙ୍କ ଆବେଦନ କ୍ରମେ ଛାତ୍ରଛାତ୍ରୀମାନେଙ୍କ ନିମନ୍ତେ ଏକ କ୍ୟାରିୟର କାଉନସେଲିଂ ବୈଠକ ଏହାର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍ ତଥା କବି ଚିତ୍ତରଞ୍ଜନ ବିଶ୍ୱାଳ ଛାତ୍ରଛାତ୍ରୀମାନେଙ୍କୁ ପାଠପଢ଼ା ସହ ନିଜର ଜ୍ଞାନ ଭଣ୍ଡାର ପରିପୂର୍ଣ୍ଣ କରିବା ତଥା କ୍ୟାରିୟର ଗଠନ ନିମନ୍ତେ ଥିବା ବିଭିନ୍ନ ପ୍ରକାରର ପାଠ୍ୟକ୍ରମରେ ଅତ୍ୟାଧୁନିକ ବିଜ୍ଞାନ ଓ ବୈଷୟିକ ଗବେଷଣା ତଥା କଳା ସଂସ୍କୃତି ଓ ବାଣିଜ୍ୟ କ୍ଷେତ୍ରରେ ଥିବା ପାଠ୍ୟକ୍ରମ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ। ଆୟୋଜିତ ସଭାରେ ରାଜମିଡିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ର ଅଧ୍ୟକ୍ଷ ଡ଼ଃ ରାଜେଶ କୁମାର ମହାନ୍ତି ଟ୍ରଷ୍ଟର ଜନହିତକର କାର୍ଯ୍ୟ ଓ ଶିକ୍ଷା ବୃତ୍ତି ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ସହାୟତା ବିଷୟରେ ଆଲୋଚନା କରିଥିଲେ। ପାଠପଢ଼ା ପରବର୍ତ୍ତୀ ସମୟରେ କର୍ମ ନିଯୁକ୍ତି ବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଓ ପରାମର୍ଶ ଦେବାକୁ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ ମାନଙ୍କ ପରାମର୍ଶ ନେବା ପାଇଁ ଉଦ୍ୟମ କରିବେ ବୋଲି ଆଶା ପୋଷଣ କରିଥିଲେ। ଏହି ସଭାରେ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆଲୋଚନା ଚକ୍ର ରେ ଭାଗନେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ମୁଦୁଲି, ସୁରେନ୍ଦ୍ର ମାଣିକ, ଭବାନୀ ଶଙ୍କର ନାୟକ, ଅଶୋକ କୁମାର ନାୟକ, ସ୍ୱାଧୀନ ଚୈଧୁରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଉତ୍ସବରେ କବି ଓ ଲେଖକ ଚିତ୍ତରଞ୍ଜନ ବିଶ୍ୱାଳ ଙ୍କ କବିତା ପୁସ୍ତକ ବର୍ଷା ଅସରନ୍ତି, ସ୍ୱପ୍ନ ନିରନ୍ତର ଓ ବିପ୍ଳବ ର ପ୍ରତିଧ୍ୱନୀ କବିତା ପୁସ୍ତକ ଛାତ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠାଗାର ନିମନ୍ତେ ପ୍ରଦାନ କରିଥିଲେ। ଅଧ୍ୟାପିକା ନଳିନୀ ପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ ରିପବ୍ଲିକ ଓଡିଶା

Leave a Reply

Your email address will not be published. Required fields are marked *