ଓଜିବି ବ୍ୟାବସାୟିକ ପ୍ରତିନିଧିଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ଯାଜପୁର ଜିଲ୍ଲା ବିୟୁରେ ହେଡ଼ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା,
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଚଣ୍ତିଖୋଲ୍ ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଥିବା ମୁଖ୍ୟ ବ୍ୟାବସାୟିକ ପ୍ରତିନିଧିମାନଙ୍କୁ ନେଇ ପୁରୀ ଜିଲ୍ଲାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ୯ଟି ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଥିବା ୧୩ଟି ଜିଲ୍ଲାର ମୁଖ୍ୟ ବ୍ୟାବସାୟିକ ପ୍ରତିନିଧିମାନଙ୍କୁ ନେଇ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏକ ଦର୍ଶନୀୟ ସ୍ଥାନ ଦର୍ଶନ କରିବା ସହ ପାରସ୍ପରିକ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମିଳନକୁ ବଜାଇ ରଖିବାକୁ ଚିରପରିକରବଦ୍ଧ ହୋଇଥିଲେ । ଏହି ମିଳନ ଉତ୍ସବରେ ଓଜିବି ବିସି ସଂଘର ସଂପାଦକ ଶ୍ରୀଯୁକ୍ତ ପ୍ରଭାକର ବାରିକ୍ ଙ୍କ ଆବାହକତ୍ତ୍ୱରେ ବିସିମାନଙ୍କର ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ବାରିକ୍ କହିଥିଲେ ବିପଦ ସମୟରେ ଧର୍ଯ୍ୟ ସହ ଏକତ୍ରିତ ହୋଇ କାର୍ଯ୍ୟ କଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସଫଳ ମଣ୍ତିତ ହେବ । ତତ୍ ସହିତ ବନ୍ଧୁତ୍ୱର ସହିତ ମିଳିମିଶି କାର୍ଯ୍ୟ କଲେ ଅସହାୟରେ ରହିଥିବା ବିସିମାନଙ୍କୁ ସହାୟତାର ସହଯୋଗ କରିପାରିବା । ଦୀର୍ଘ ଦିନ ଧରି କାର୍ଯ୍ୟ ବନ୍ଦକୁ ଅସହାୟରେ ଥିବା ବନ୍ଧୁମାନଙ୍କ ପରିସ୍ଥିତି ଆମକୁ ବହୁତ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଦେଇଛି ଏବଂ ଧର୍ଯ୍ୟର ସହ ସାମ୍ନା କରିଥିବା ବିସିମାନେ ନିଶ୍ଚିତ ସଫଳତାରେ ପହଞ୍ଚିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ପରିଶ୍ରମ କେବେ ବୃଥା ଯିବନି ବିଳମ୍ବ ହେଲେ ମଧ୍ୟ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆଶାସନା ଦେଇଥିଲେ । ତା’ପରେ ସମସ୍ତ ବିସିମାନେ ଭଗବାନ୍ ଙ୍କୁ ଦର୍ଶନ କରିବା ପୂର୍ବକ ଦୁଃଖ କଷ୍ଟ ଲାଘବ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପରିଶେଷରେ ମିଳିମିଶି ଭଗବାନ୍ ଙ୍କ ମହାପ୍ରସାଦ ସେବନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉକ୍ତ ମିଳନ ସଭାରେ ରାମକୃଷ୍ଣ ସାହୁ,ପ୍ରଶାନ୍ତ କୁମାର ସ୍ୱାଇଁ,ବିଶ୍ୱନାଥ ରାଉତ,ଜଗନ୍ନାଥ ପ୍ରଧାନ,ସନ୍ତୋଷ କୁମାର ଜେନା,ଚୁଇନ ଖୁଣ୍ଟିଆ,ପିତବାସ ଜେନା,ପ୍ରଦ୍ୟୁମ୍ନ କୁମାର ଦାସ,ଲିପିକା ପ୍ରଧାନ,ରାମଚନ୍ଦ୍ର ମହାପାତ୍ର,ଟୁଟୁ ବେହେରା,ବିଦ୍ୟାଶ୍ରୀ ବେହେରା,ଗଗନ ବିହାରୀ ମହାନ୍ତି,ସୋନାଲିସା ପତି,ମମତା ସାହୁ,ପ୍ରଶନ୍ନ କୁମାର ବେହେରା,ଚକ୍ରଧର ସାହୁ,ଅହଲ୍ୟା ମାଝି,ଶୁଭ୍ରାଲକ୍ଷ୍ମୀ ସାହୁ,ସୁଦର୍ଶନ ନାୟକ,ଜୟ ଚନ୍ଦ୍ର ବେହେରା,ସତ୍ୟନାରାୟଣ ମିଶ୍ର,ନଟବର ନାୟକ,ଅଜିତ୍ କୁମାର ସିଂହ,ମଧୁସ୍ମିତା ଶତପଥୀ,ପିଙ୍କନ କୁମାର ପ୍ରଧାନ,ଭବାନି ପଦରଞ୍ଜନ ମହାପାତ୍ର,ରଙ୍କନିଧି ଖୁଣ୍ଟିଆ,ରୋହିତ୍ କୁମାର ମହାନ୍ତ,ଚନ୍ଦନ କୁମାର ଗିରି,ଅଯୋଧ୍ୟା ନାଥ ନାୟକ,ବିଚିତ୍ର କୁମାର ଭଦ୍ର ଓ ଦୁଃଶାସନ ବେହେରା ବିସି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *