ଅସୁସ୍ଥ ହୋଇ ପଡି ରହିଥିବା ଜଙ୍ଗଲି ହାତୀ ମୃତ୍ୟୁ

ଅସୁସ୍ଥ ହେଇ ଚିକିତ୍ସିତ ହେଉଥିବା ଜଂଗଲୀ ହାତୀ ବିଳମ୍ୱିତ ରାତିରେ ମୃତ୍ୟୁ ଜଣା ପଡିଛି । ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଡା ସେକ୍ସନର  ଗନ୍ଧାର ବାରୁ ଗାଁ ନିକଟରେ ଗତକାଲି ଗୋଟିଏ ଜଂଗଲୀ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଗନ୍ଧର ବାରୁ ଲୋକେ ଦେଖିବା ପରେ ବନ ବିଭାଗ କୁ ଜଣାଇ ଥିଲେ ,  ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲ ଙ୍କ ତତ୍ତ୍ଵାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ଉକ୍ତ ହାତୀଟିର ଚିକିତ୍ସା କରିଥଲେ ବି ଶେଷରେ ହାତୀ କୁ ବଞ୍ଚାଇ ପାରି ନ ଥିଲେ   । ତେବେ କଣ ପାଇଁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ ବ୍ୟବଛେଦ ପରେ ଜଣା ପଡ଼ିବ ବୋଲି ବନ ବିଭାଗର ଅଧିକାରୀ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *