ଆଦିତ୍ୟ ବିର୍ଲା ସ୍କୁଲରେ ଜ୍ଞାନ ବିଜ୍ଞାନ ମେଳା


ଅଦ୍ୟ ତା୦୮/୧୨/୨୦୨୩(ପ୍ରଫୁଲ କୁମାର ବେହେରା )ରିଖ ଗୁରୁବାର ଦିନ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଉଷାପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ପ୍ରଥମଥର ଭାଷା ସାହିତ୍ୟ ବିଭାଗ ତରଫରୁ ଏକ ଅଭିନବ ଶୈଳୀରେ ବିଭିନ୍ନ କ୍ରିୟାତ୍ମକ ପ୍ରକଳ୍ପ ମାଧ୍ୟମରେ ଇଂରାଜୀ ବିଭାଗ, ହିନ୍ଦୀ ବିଭାଗ ଓ ଓଡ଼ିଆ ବିଭାଗ ନିଜନିଜର ପ୍ରକଳ୍ପ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଇଥିଲେ । ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ତଥା ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ଶ୍ରୀଯୁକ୍ତ ମଜହର୍ ଉଲ୍ଲା ବେଗଙ୍କ କରକମଳରେ ଏହି ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ସମ୍ମାନୀତ ଅତିଥି ଭାବରେ ଉଜ୍ଜ୍ୱଳ ଉତ୍କଳର ସଭାନେତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଂରକ୍ଷକ ଶ୍ରୀମତୀ ହିନା ବେଗ ପ୍ରଦର୍ଶନୀ ପରିଦର୍ଶନ କରି ପ୍ରତିଯୋଗୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ଏହି ପ୍ରଦର୍ଶନୀରେ ବିଜ୍ଞାନ ବିଭାଗର ୨୨ଟି, ସାମାଜିକ ବିଜ୍ଞାନ ବିଭାଗର ୨୦ଟି, ଗଣିତ ବିଭାଗର ୨୫ଟି, ଇଂରାଜୀ ବିଭାଗର ୩ଟି, ହିନ୍ଦୀ ବିଭାଗର ୯ଟି ଓ ଓଡ଼ିଆ ବିଭାଗର ୭ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ପ୍ରାୟ ଦୁଇଶହ ଜଣ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୧୦୦ ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ହସ୍ତଶିଳ୍ପ ଓ ଚିତ୍ରାଙ୍କନକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏହିଭଳି ପ୍ରଦର୍ଶନୀ ଅବଲୋକନ କରି ସମସ୍ତ ଅଭିଭାବକ ଓ ଅଭିଭାବିକାମାନେ ବିଦ୍ୟାର୍ଥୀ ତଥା ପ୍ରତିଯୋଗୀମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରଶଂସା ମଧ୍ୟ କରିଥିଲେ । ଏହାଦ୍ୱରା ବିଦ୍ୟାର୍ଥୀମାନଙ୍କର ସୃଜନାତ୍ମକ ଶକ୍ତିର ବିକାଶ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *