ଜେଜେ ବାପା ଜେଜେ ମା ସମ୍ମିଳନୀ ଅନୁଷ୍ଠିତ l


ଗୁଡ଼ାରୀ (୧୦/୧୨)
ଗୁଡ଼ାରୀ ରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେ ବାପା ଜେଜେ ମା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ନୀଳାମ୍ବର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ସାହୁ କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିଥିଲେ । ଏଥିରେ ୫୧ ଜଣ ଜେଜେ ଭାଗ ନେଇଥିଲେ । ସେମାନଙ୍କ ପାଇଁ ୪ ଗୋଟି କ୍ରୀଡା ମଧ୍ୟ ହୋଇଥିଲା । ସମସ୍ତ ଜେଜେ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ l ଆଲୋଚନା କ୍ଲାସରେ ରେ ଜେଜେ ସମସ୍ତେ ପ୍ରାକୃତିକ ପରିବେଶ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଗୁରୁଜୀ ଗୁରୂମା ମାନଙ୍କ ସହ ଶିଶୁ ଭାରତୀ ଟିମ୍ ଓ ମାତୃ ଭାରତୀ ଟିମ୍ ରହି ସହଯୋଗ କରିଥିଲେ ।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ରୁ ଲୋକନାଥ ସାହୁ Republic ଓଡିଶା l

Leave a Reply

Your email address will not be published. Required fields are marked *