ମେରେଣ୍ଡା ଗ୍ରାମ ନିକଟରେ ବାଘର ପାଦ ଚି଼ହ୍ନ ଠାବ।


ଗୁଡ଼ାରୀ (୧୦/୧୨)
ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ପଞ୍ଚାୟତ ମେରେଣ୍ଡା ନିକଟସ୍ଥ ନଦୀ ବାଲି ଶଯ୍ୟାରେ ଏକ ବାଘ ର ପାଦ ଚି଼ହ୍ନ ଠାବ କରିଛି ବନ ବିଭାଗ। ସ୍ଥାନୀୟ ରେଞ୍ଜର ଦିଲୀପ କୁମାର ପଟନାୟକଙ୍କ ସୂଚନା ଅନୁଯାୟୀ ଏକ ବାଘ ମେରେଣ୍ଡା ନିକଟରେ ଯାତାୟତ କରିଛି କିନ୍ତୁ ବର୍ତ୍ତମାନ ଏହାର ସ୍ଥିତି କେଉଁଠି କହିବା କଷ୍ଟକର। ବାଘ ର ପାଦ ଚି଼ହ୍ନ ଦେଖିବା ପରେ ବନ ବିଭାଗ ପକ୍ଷରୁ ମେରେଣ୍ଡା ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଲୋକଙ୍କୁ ସତର୍କ କରାଯାଇଛି। ଏହାଛଡ଼ା ଗୁଡାରି ଏବଂ ଗଜପତି ଜିଲ୍ଲାର ମୋହନା ବନ ବିଭାଗର ଏକ ମିଳିତ ଚାରି ଜଣିଆ ଟିମ ଗାଁ ଗାଁ ବୁଲି ଗ୍ରାମରେ ସଭା କରି ଓ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି। ଏଠାରେ ବାଘ ପାଦ ଚି଼ହ୍ନ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ର ବଟବରଣ ସୃଷ୍ଟି ହୋଇଛି।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ରୁ ଲୋକନାଥ ସାହୁ Republic ଓଡିଶା l

Leave a Reply

Your email address will not be published. Required fields are marked *