ଡଃ ରାଜେଶ କୁମାର ମହାନ୍ତି ପାଇବେ ଜାତୀୟ ସମତା ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ -୨୦୨୩

ଅସ୍ତରଙ୍ଗ ମାଟିର ସୁଯୋଗ୍ୟ ସନ୍ତାନ ଡଃ ରାଜେଶ କୁମାର ମହାନ୍ତି ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରତିଷ୍ଠାନର ପରିଚାଳନା ମୁଖ୍ୟ ଭାବରେ ଉଭୟ ଇଲେକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ସ୍ୱରକୁ ସାଣିତ ଉପସ୍ଥାପନ କରି ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଅନେକ ସମସ୍ୟା ର ସମାଧାନ କରିପାରିଛନ୍ତି। ସମାଜସେବୀ ଭାବେ ସେ ମହାଶୟ ଅନେକ ସେବାକାର୍ଯ୍ୟ କରି ଲୋକମାନଙ୍କ ଆସ୍ଥାଭାଜନ ସୋଇପାରିଛନ୍ତି। ତାଙ୍କର ସାମଗ୍ରିକ କୃତି କୁ ସିକୃତି ପ୍ରଦାନ ପୂର୍ବକ ଜାତୀୟ ସମତା ଏକାଡେମୀ ଦ୍ୱାରା ଆୟୋଜିତ ହେବାକୁଥିବା ଉତ୍ସବ ରେ ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ସାମ୍ବାଦିକ ପୁରସ୍କାର ପାଇବା ପାଇଁ ମନୋନୀତ କରାଯାଇଛି। ଏହି ପୁରସ୍କାର ସେ ମୁମ୍ବାଇ ଠାରେ ଆୟୋଜିତ ଉତ୍ସବ ରେ ପାଇବା ଖବର ପାଇ ସମାଜ ସେବୀ ଇ, ରଞ୍ଜିତ କୁମାର ସ୍ବାଇଁ, ସସ୍ମିତା ଦାଶ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ନୁଆଗଡ ସରପଞ୍ଚ ଜିତେନ୍ଦ୍ର କୁମାର ସ୍ବାଇଁ , ଅମିୟ କୁମାର ପଟ୍ଟନାୟକ ପ୍ରମୁଖ ଏବଂ କାକଟପୁର ଅଞ୍ଚଳର ବୁଦ୍ଧିଜୀବିମାନେ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *