ବିଜ୍ଞାନ ସାହିତ୍ୟ ରଚନା ପାଇଁ ୨୦୨୩ ମସିହା ଡଃ ଏ,ପି,ଜେ, ଅବଦୁଲ କଲାମ ଜାତୀୟ ସମତା ପୁରସ୍କାର ପାଇବେ, କବି ଚିତ୍ତରଞ୍ଜନ ବିଶ୍ୱାଳ

ଅସ୍ତରଙ୍ଗ ୨୯/୧୨ ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ କୋରଣା ଗ୍ରାମ ପଞ୍ଚାୟତ ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟ ବନ୍ତିଲୋ ର ବିଜ୍ଞାନ ଶିକ୍ଷକ ତଥା ବିଶିଷ୍ଟ କବି ଓ ଲେଖକ ଚିତ୍ତରଞ୍ଜନ ବିଶ୍ୱାଳ ବିଜ୍ଞାନ ସାହିତ୍ୟ ରଚନା ପାଇଁ ୨୦୨୩ ମସିହା ପାଇଁ ଡଃ ଏ,ପି,ଜେ, ଅବଦୁଲ କଲାମ ଜାତୀୟ ସମତା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କ ଦ୍ବାରା ଲିଖିତ ପୁସ୍ତକ “ଚନ୍ଦ୍ରାଲୋକ ରେ ଭାରତ” ଶିଶୁ ମାନଙ୍କର ନିମନ୍ତେ ଏକ ଉପାଦେୟ ସୃଷ୍ଟି। ବିଜ୍ଞାନ କୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ କୁ ସିକୃତି ପ୍ରଦାନ ପୂର୍ବକ ମୁମ୍ବାଇ ସ୍ଥିତ ଜାତୀୟ ସମତା ଏକାଡେମୀ ଆସନ୍ତା ୩୦ତାରିଖ ଦିନ ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ। ଶ୍ରୀ ବିଶ୍ୱାଳ ଜଣେ ଲୋକପ୍ରିୟ କବି ହିସାବରେ ସମଗ୍ର ପୁରୀ ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ଦ୍ବାରା ଲିଖିତ ଅନ୍ୟ ପୁସ୍ତକ ଗୁଡିକର ମଧ୍ୟ ପାଠକୀୟ ଆଦୃତି ଲାଭ କରିପାରିଛି।

Leave a Reply

Your email address will not be published. Required fields are marked *