ଡଃ ନୃସିଂହାନନ୍ଦ ମହାପାତ୍ର ଜାତୀୟ ସମତା ସାହିତ୍ୟ ଏକାଡେ଼ମୀ ତରଫରୁ ସନ୍ଥ ରବି ଦାସ ଜାତୀୟ ସମ୍ମାନ ପାଇବା ପାଇଁ ମନୋନୀତ

କନ୍ଧମାଳ ର ବରିଷ୍ଠ କବି, ସାହିତ୍ୟିକ ଓ ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ର ଜାତୀୟ ସମତା ସାହିତ୍ୟ ଏକାଡେ଼ମୀ ତରଫରୁ ସନ୍ଥ ରବି ଦାସ ଜାତୀୟ ସମ୍ମାନ ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି। ସନାତନ ଧର୍ମ ଓ ଭାରତୀୟ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ପାଇଁ ତାଙ୍କ ଉଦ୍ୟମ ପ୍ରଶଂସନୀୟ। ତାଙ୍କ ଦ୍ବାରା ଲିଖିତ ପୁସ୍ତକ “ପ୍ରାଚୀନ ସାଧୁସନ୍ଥମାନଙ୍କର ଜୀବନୀ ସଂକଳନ”ପାଇଁ ସେ ଏହି ମଯ୍ୟଦା ଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପୁରସ୍କାର ସେ ସଂପ୍ରତି ମୁମ୍ବାଇ ସ୍ଥିତ ଶ୍ରୀଲୋକାର ସ୍ମାରକ ମନ୍ଦିର ହଲ ଠାରେ ଗ୍ରହଣ କରିବେ। ଡଃ ମହାପାତ୍ର ଙ୍କ ର ଏହି ପୁରସ୍କାର ପ୍ରାପ୍ତି ର ଶୁଭ ଅବସର ରେ କନ୍ଧମାଳରେ ଆନନ୍ଦ ର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *