ବଲାଙ୍ଗୀର ରେ “ନୂଆ ଓ” ସ୍ପୋର୍ଟସ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ବଲାଙ୍ଗିର ୨୯ /୧୨ : ରାଜ୍ୟ ସରକାରଙ୍କ କ୍ରିଡା ଓ ଯୁବ କଲ୍ୟାଣ ବିଭାଗ ପ୍ରଯୋଜନାରେ ଏବଂ “ନୂଆ ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା” ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ସ୍ତରୀୟ “ନୂଆ ଓ” ସ୍ପୋର୍ଟସ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ବ୍ରଜମୋହନ ବିଶୋଇ ,ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ , ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଗାୟତ୍ରୀ ଭୋଇ ,ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଂଯୋଜକ ହିସାବ ରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ ଆଭିମୁଖ୍ୟ ତଥା ବଲାଙ୍ଗୀର ଜିଲ୍ଲାରେ କ୍ରିଡା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଯୁବ ପିଢିଙ୍କ ମଧ୍ୟରେ କ୍ରିଡା ,ସାହିତ୍ୟ , ସଂସ୍କୃତି ଓ ସେବା କାର୍ଯ୍ୟ ନିମନ୍ତେ ଏହି ପ୍ରତିଯୋଗିତା ପ୍ରେରିତ କରିବ । କ୍ରୀଡା ପ୍ରତିଯୋଗିତା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇଥାଏ । ଏହି ପ୍ରତିଯୋଗିତା ଦ୍ଵାରା ଜିଲ୍ଲାରୁ ଯୋଗ୍ୟ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତଯୋଗୀତାରେ ଭାଗ ନେଇପାରିବେ । ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଖେଳାଳି ମାନେ ଭାଗ ନେଇଥିଲା ବେଳେ ହକି , ଫୁଟବଲ , ଭଲିବଲ , ଖୋ ଖୋ , କବାଡି , କ୍ରିକେଟ ଆଦି ୬ ପ୍ରକାର ଖେଳ ଅନୁଷ୍ଠିତ ହେବ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ପୁରୁଷ ବିଭାଗ ଫୁଟବଲ ରେ ବଲାଙ୍ଗୀର ବ୍ଲକ , ମହିଳା ରେ ଟିଟିଲାଗଡ଼ ବ୍ଲକ , କ୍ରିକେଟ ପୁରୁଷ ରେ ଟିଟିଲାଗଡ଼ ବ୍ଲକ , ମହିଳା ରେ ବଲାଙ୍ଗୀର ମୁନିସିପାଲିଟି , ଭଲିବଲ ଉଭୟ ବିଭାଗ ରେ ବଲାଙ୍ଗୀର ମୁନିସିପାଲିଟି , ଖୋଖୋ ରେ ମୁରୀବାହଲ , କବାଡି ମହିଳା ବିଭାଗ ରେ ପୁଇଁତଳା , ପୁରୁଷ ରେ ପାଟଣାଗଡ଼ , ହକି ପୁରୁଷ ବିଭାଗରେ ବଲାଙ୍ଗୀର, ମହିଳା ବିଭାଗ ରେ ମୁରୀବାହଲ ଚମ୍ପିୟାନ ହେଇଛନ୍ତି | ଚାମ୍ପିୟନ ଦଳକୁ ପଚାଶ ହଜାର , ପ୍ରଥମ ରନର୍ସ ଅପ ଦଳକୁ ତିରିଶ ହଜାର , ଦ୍ଵିତୀୟ ରନର୍ସ ଅପ ଦଳକୁ କୋଡିଏ ହଜାର ଟଙ୍କାର ଅର୍ଥ ରାଶି ଦିଆ ଯାଇଛି | ଏହି ଉତ୍ସବ କୁ ଜିଲ୍ଲା କ୍ରିଡାଧିକାରୀ ପରାଶର ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବଲାଙ୍ଗୀର ରୁ ବିନ୍ଦିଆ ରାନୀ ମିଶ୍ରଙ୍କ ରିପୋର୍ଟ Republic odisha

Leave a Reply

Your email address will not be published. Required fields are marked *