ସ୍କୁଲ୍ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପିଅନ ଗିରଫ,


ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳ ରେ ଏକ ସ୍କୁଲ୍ ଛାତ୍ରୀଙ୍କୁ ଜଣେ ପିଅନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କୁନ୍ଦେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସ୍କୁଲ୍ ର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଛୁଟିରେ ଘରକୁ ଯାଇଥିଲେ । ଟେଷ୍ଟ ପେପର ହଷ୍ଟେଲ ରେ ରହି ଯାଇଥିବାରୁ ପାଠପଢ଼ାରେ ଅସୁବିଧା ହେବାରୁ ସେ ୨୩ ତାରିଖରେ ଭାଇଙ୍କୁ। ନେଇ ହଷ୍ଟେଲକୁ ଯାଇଥିଲେ। ଭାଇ ବାହାରେ ଥିବାବେଳେ ପିଅନ ଇନ୍ଦ୍ରରାମ ଗଣ୍ଡ ହଷ୍ଟେଲ ରୁମ୍ ଖୋଲି ଛାତ୍ରୀ ଙ୍କ ପେଡିରୁ ଟେଷ୍ଟ ପେପର ଦେଇଥିଲେ।
ଛାତ୍ରୀ ଜଣଙ୍କୁ ରୁମ୍ ରେ ଏକୁଟିଆ ଥିବାରୁ ଏହାର ସୁଯୋଗ ନେଇ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଛାତ୍ରୀଙ୍କୁ ଟଣାଓଟଣା। କରିବା ସମୟରେ ସେ କୌଣସି ପ୍ରକାରେ ଖସି ଆସିଥିଲା।
ଏହାପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଥାନା ଧିକାରୀ ପ୍ରଶାନ୍ତ ସେଠୀ କେସ୍ ନମ୍ବର ୧୧୯/ ୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଇଦ୍ରରାମ ଗଣ୍ଡ ଙ୍କୁ ଗିରଫ କରିଛନ୍ତି। କାଳୀ ଅଭିଯୁକ୍ତଙ୍କୁ ନବରଙ୍ଗପୁର କୋର୍ଟରେ ହାଜର କରାଯାଇଛି ବୋଲି ଥାନା ଧିକାରୀ ସେଠୀ କହିଛନ୍ତି।
ରାଇଘର ବ୍ଲକ ରୁ ସନ୍ତୋଷ କଲାର ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *