ଏନ୍ଏଚ-୬ ଖଲିଆପାଲି – ପପଙ୍ଗା କେନାଲ ପ୍ରଧାନ ମନ୍ତ୍ରୀ ରାସ୍ତା ତିଆରି ନସରୁନୁ ପେଚିଂ କାମ


ବରଗଡ:-୨.୧(ନବୀନ କୁମାର ଦାଶ)ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ରେ ରାସ୍ତା ତିଆରି ଆଳରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ରୁ ଖର୍ଚ୍ଚ ହୋଇ କାର୍ଯ୍ୟ ହେଉଛି ସତ,ହେଲେ କିଛି ଅସାଧୁ ଅଧିକାରୀ ମାନଙ୍କ ସ୍ବାର୍ଥ ଲାଳସା ଓ ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତା ଗୁଡ଼ିକ କେଉଁଠି ତିଆରି ନସରୁଣୁୁ ରାସ୍ତା ଫାଟି ଆଁ କରି ନିମ୍ନ ମାନର କାର୍ଯ୍ୟ ଦର୍ଶାଉଛି ତ ଆଉ କେଉଁଠି ତିଆରି ସରୁଣୁ ପେଚିଂ କାମ ହେବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଯାହା ୯.୧୨.୨୦୨୧ରୁ ଆରମ୍ଭ ହୋଇ ୮.୯.୨୨ ସୁଦ୍ଧା କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ମନ୍ଥର ଗତି ରେ ଏଯାବତ୍ ରାସ୍ତା କାର୍ଯ୍ୟ ଶେଷ ହୋଇପାରିନାହିଁ।ଏବେ ପୁଣି ୫ବର୍ଷର ରକ୍ଷଣାବେକ୍ଷଣ ସମୟ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଭଳି ଭାବେ ପ୍ରଧାନ ମନ୍ତ୍ରୀ ରାସ୍ତା ତିଆରି ହେଉଛି ଯାହା ତିଆରି ନସରୁଣୁ ପେଚିଙ୍ଗ ଦେଇ କାମ ଚଲାଉଛି ବୋଲି ଲୋକେ କହନ୍ତି।ଏନେଇ ଫୋନ୍ ମାଧ୍ୟମରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ସଞ୍ଜୟ ମିଶ୍ର ଙ୍କ ଯୋଗା ଯୋଗ ରେ ପ୍ରତିଉତ୍ତର ସ୍ୱରୂପ ସେଇଟା କେନାଲ ଲାଗି ରାସ୍ତା ତିଆରି ହୋଇଛି।ଯଦ୍ୱାରା ପାଣି ସୋକ୍ କରି ଦବି ଯାଇଛି।ତାକୁ ଗାଡ ୱାଲ ଦେଇ କାମ କରାଯିବ।ହେଲେ ମାସ ପରେ ମାସ ବିତି ଯାଇଥିଲେ ସୁଦ୍ଧା ଗାଡ଼ୱାଲ୍ ତ ଦୂର କଥା ଦବି ଫାଟି ଯାଇଥିବା ରାସ୍ତା ଉପରେ ଏଣେତେଣେ ପିଚୁ ଦେଇ କିଛି ଦିନ ପୂର୍ବରୁ ପେଚିଂ କାମ କରି ଦିଆ ଯାଇଥିବା ଯୋଗୁଁ ରାସ୍ତା ଦବି ଗଲାଣି ବୋଲି ଲୋକେ କହନ୍ତି।ଏନେଇ ତୁରନ୍ତ ଜିଲ୍ଲାପାଳ ଓ ସରକାର ବାହାଦୁର ଦୃଷ୍ଟି ଦେଇ ପୁନଃ ରାସ୍ତା ତିଆରି କରି ସମ୍ପୂର୍ଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *