ନୂଆଁବର୍ଷ ଦିନ ନିରଞ୍ଜନକୁ ସହଯୋଗ ର ହାତ ବଢାଇଲା ନିଷ୍ଠା ପରିବାର


ବରଗଡ:-୨.୧(ନବୀନ କୁମାର ଦାଶ)ବରଗଡ଼ ଜିଲ୍ଳା ରେମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଗ ପଡ଼ା ଗ୍ରାମ ର ନିରଞ୍ଜନ କନ୍ଧେର ବୟସ ମାତ୍ର ୨୧ବର୍ଷ। ଖେଳିବା ବୁଲିବା ବୟସ ରେ ଫୁସଫୁସ ଜନିତ ରୋଗ ସହ ଲଢେ଼ଇ କରୁଛନ୍ତି ନିରଞ୍ଜନ। ପ୍ରଥମେ ବୁର୍ଲା ଡ଼ାକ୍ତର ଖାନା ପରେ ବିକାଶ ହସ୍ପିଟାଲ ଓ ବର୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ରେ ଚିକିତ୍ସାଧିନ ଅଛନ୍ତି। ଡ଼ାକ୍ତରୀ ଟିମ୍ ତାଙ୍କୁ ସୁଦୂର ହାଇଦ୍ରା ବାଦ ନେବା ପାଇଁ ପରାମର୍ଶ ଦେଇ ଛନ୍ତି।BSKY କାର୍ଡ ର ଟଙ୍କା ସରିଯାଇଥିବା ବେଳେ ଜମି ବାଡ଼ି ବିକି ପୁଅ ର ଚିକିତ୍ସା କରୁଛନ୍ତି ପରିବାର ଲୋକ। ପରିବାର ଲୋକ, ସୋସିଆଲ ମିଡିଆ,ବିଭିନ୍ନ ଗଣ ମାଧ୍ୟମ ରୁ ଏ ଖବର ପାଇଥିଲା ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛା ସେବୀ ସଂଗଠନ ନିଷ୍ଠା ପରିବାର। ତୁରନ୍ତ ସହଯୋଗ ର ହାତ ବଢ଼ାଇ ତାଙ୍କ ଚିକିତ୍ସା ପାଇଁ ଦଶ ହଜାର ଟଙ୍କା (୧୦୦୦୦/-)ଅର୍ଥ ରାଶି ପ୍ରଦାନ କରିଛି ନିଷ୍ଠା ପରିବାର।ଏବଂ ଯାହା ଦ୍ବାରା ଯେତିକି ବି ସମ୍ଭବ ନିରଞ୍ଜନ ଙ୍କୁ ସହଯୋଗ କରିବା ପାଇଁ ନିଷ୍ଠା ପରିବାର ନିବେଦନ କରୁଛି। ଆପଣ ମାନଙ୍କ ର ଛୋଟିଆ ସହଯୋଗ ହୁଏତ ଗୋଟିଏ ଅମୁଲ୍ୟ ଜୀବନ ବଞ୍ଚାଇ ପାରିବ।ଆସନ୍ତୁ ଏକ ଅସହାୟ ପରିବାର ପାଇଁ ଆମେ ସମସ୍ତେ ସହଯୋଗ ର ହାତ ବଢ଼ାଇବା।ଯଥା ଶୀଘ୍ର ନିରଞ୍ଜନ ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ଇଷ୍ଟ ଦେବୀ ମାଁ ସମଲେଇ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା।

Leave a Reply

Your email address will not be published. Required fields are marked *