ଅତାବିରା ମେନ୍ କେନାଲ ଜିରୋ ଆରଡି ରୁ ଖରମୁଣ୍ଡା କେନାଲ ଉନ୍ନୟନ ମୂଳକ କାର୍ଯ୍ୟରେ ଶିଶୁ ଶ୍ରମିକ


ବରଗଡ:-୩.୧(ନବୀନ କୁମାର ଦାଶ)ବରଗଡ ଜିଲ୍ଲା ଅତାବିରା ଓଡ଼ିଶାର ଭାତ ହାଣ୍ଡି ଭାବେ ବେଶ୍ ପରିଚିତ ଥିବାବେଳେ ଚାରିଆଡ଼େ କେନାଲ ମାନଙ୍କରେ ଜୋର୍ ସୋର୍ ରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି।ସେହିଭଳି ମୁଖ୍ୟ କେନାଲ ଜିରୋ ଆରଡି ରୁ ଖରମୁଣ୍ଡା କେନାଲ କାର୍ଯ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ମଞ୍ଜୁର ହୋଇ ପ୍ରଶାସନ ଆଢ଼ୁଆଳ ରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସରକାର ବାହାଦୁର ଶିଶୁ ମାନଙ୍କ ବିକାଶ ପାଇଁ କେତେ ନାଇଁ କେତେ ଯୋଜନା ପ୍ରଣୟନ କରି ଶିଶୁ ଙ୍କୁ କାର୍ଯ୍ୟ ରେ ଲଗାଇବା ନିଷିଦ୍ଧ ରହିଥିଲେ ହେଁ କିଭଳି ଭାବେ ସରକାରୀଆ ବାବୁମାନେ ସରକାରୀ ନିୟମ ରୁ ଉର୍ଦ୍ଧ୍ବରେ ରହି କିଛି ଅସାଧୁ ବିଭାଗୀୟ ଅଧିକାରୀ ମାନଙ୍କ କିଛିଟା ସ୍ବାର୍ଥ ଲାଳସା ଯୋଗୁଁ ଜେଇ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଠିକାଦାର ପୋଷା ନୀତିରେ ଠିକାଦାର ଭରସାରେ ଶିଶୁ ଶ୍ରମିକ ମାନଙ୍କୁ କମ୍ ଖର୍ଚ୍ଚ ରେ କାର୍ଯ୍ୟ କରାଇ ସ୍ବାର୍ଥ ହାସଲ କରି ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ବୁଦ୍ଧିଜୀବୀ ମହଲ ରେ ବେଶ୍ ଚର୍ଚ୍ଚା ବିଷୟ ହୋଇଛି।ଯାହା କଂକ୍ରିଟ ଗୁଡ଼ାକ ତିଆରି ନସରୁଣୁ ଫାଟ ସୃଷ୍ଟି ହୋଇ ଆଁ କରି ନିମ୍ନ ମାନର କାର୍ଯ୍ୟ କରି ଦୁର୍ନୀତି ଗନ୍ଧ ବାରି ହୋଇପଡୁଥିବା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭ୍ୟ ମାନେ ମତବ୍ୟକ୍ତ କରିଛନ୍ତି।ଚାଷୀ ତଥା ସାଧାରଣଙ୍କ ଟଙ୍କା କୁ ସତେ ଯେମିତି “ସରକାର କା ମାଲ ଦରିଆ ମେ ଡାଳ”ଭଳି ଚାଷ ଓ ଚାଷୀଙ୍କର ଉନ୍ନୟନ ମୂଳକ କାର୍ଯ୍ୟ ଆଳରେ ଅର୍ଥ ହରି ଲୁଟ ହେଉଥିବା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅଭିଯୋଗ କରିଛି।ଏନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଫୋନ୍ ମାଧ୍ୟମ ରେ ଯୋଗାଯୋଗ କରିଥିଲେ ହେଁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ତଥା ସରକାର ବାହାଦୁର କାର୍ଯ୍ୟ କୁ ଭିଜିଲାନ୍ସ ତଦନ୍ତ କରିବା ସହ ଦୁର୍ନୀତି ଖୋର ଅଧିକାରୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ସଂଗଠନ ଦାବୀ ଜଣାଇଛି।

Leave a Reply

Your email address will not be published. Required fields are marked *