ନିର୍ମାଣଧୀନ ଅବସ୍ଥାରେ ଟାଙ୍ଗର ପାଲି କେନାଲ କଡ ଶିବ ମନ୍ଦିର


ବରଗଡ:-୩.୧(ନବୀନ କୁମାର ଦାଶ)ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଟାଙ୍ଗର୍ ପାଲି ପଞ୍ଚାୟତ ଜିରୋ ଆର୍ଡି ରୁ ଟାଙ୍ଗର ପାଲି ମେନ୍ କେନାଲ କଡ଼ରେ ନିର୍ମାଣଧୀନ ଅବସ୍ଥା ରେ ରହିଛି ଟାଙ୍ଗର ପାଲି ଶିବ ମନ୍ଦିର।ଏହି ମନ୍ଦିର ୨୦୧୦ ମସିହାରୁ ମାଟି ଉତ୍ତୋଳନ କରିବା ସହ ଶିବ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପୂର୍ବକ ପ୍ରାୟ ପାଖାପାଖି ୬୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥିବା ବେଳେ ଆହୁରି ୩୦ରୁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଆସନ୍ତା ୨୦୨୪ସୁଦ୍ଧା ମନ୍ଦିର କୁ ସମ୍ପୂର୍ଣ କରି ୨୦୨୫ରେ ତାର ପ୍ରତିଷ୍ଠା ମହୋତ୍ସବ ପାଳନ କରାଯିବା ର ଗ୍ରାମବାସୀ ଆଶା ରଖିଥିବା ବେଳେ ପାଖାପାଖି ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ଵାରା ସରକାରୀ ଅନୁଦାନ ରୁ ପାଖାପାଖି ୩୪ଲକ୍ଷ ଟଙ୍କା ପ୍ରାପ୍ତ ହେବା ସହ ଏ ପର୍ଯ୍ୟନ୍ତ ଯାହା ଖର୍ଚ୍ଚ ହୋଇଛି ତାହା ଗ୍ରାମବାସୀ ତଥା ଆଖପାଖ ର ବଦାନ୍ୟ ବ୍ୟକ୍ତି ମାନଙ୍କ ସକ୍ରିୟ ସହଯୋଗ ଓ ବାବା ଙ୍କ କୃପା ରୁ ନିର୍ମାଣଧୀନ ଅବସ୍ଥାରେ ଆହୁରି ବହୁତ୍ କାରୁକାର୍ଯ୍ୟ ବାକି ରହିଥିବା ଗ୍ରାମବାସୀ ଙ୍କ ପକ୍ଷରୁ ଜଣାପଡିଛି।କୌଣସି ଶିବ ଭକ୍ତ କି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ସହଯୋଗ ଲୋଡିବା ସହ ମନ୍ଦିର ବାବାଙ୍କ କୃପା ରୁ ନିଶ୍ଚୟ ୨୦୨୪ସୁଦ୍ଧା ସମ୍ପୂର୍ଣ ହେବ ବୋଲି ଗ୍ରାମବାସୀ ଆଶା ବାନ୍ଧି ଅଣ୍ଟା ଭିଡିଛନ୍ତି।ପାଖାପାଖି ଦୀର୍ଘ ୨୦ବର୍ଷ ପୂର୍ବରୁ ସ୍ଥାନୀୟ ମେନ୍ କେନାଲ ଗାଧୁଆ ତୁଠ ନିକଟରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହୋଇ ଦିନ ପରେ ଦିନ ବିତି ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଯିଏ ଯାହା ଶକ୍ତି ଅନୁଯାୟୀ ସହୁଦୟରୁ ଲଗାଇ ବାବା ଙ୍କ ମନ୍ଦିର ନିର୍ମାଣ ପାଇଁ ନିକଟରେ ଥିବା କେନାଲ କଡ଼ରେ ତୋଳି ଉଠିଛି ଟାଙ୍ଗର ପାଲି ଶିବ ମନ୍ଦିର।ଯଦି କୌଣସି ସହୃଦୟ ବ୍ୟକ୍ତି ବିଶେଷ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ଶୈବ କୃପା ଲାଭ କରିବା ପାଇଁ ଗ୍ରାମବାସୀ ପକ୍ଷରୁ ଅନୁରୋଧ ରହିଛି।ଏଥିରେ ଗ୍ରାମର ଆବାଳବୃଦ୍ଧ ବନିତା ସମସ୍ତଙ୍କ ସକ୍ରିୟ ସହଯୋଗ ରହିଛି।

Leave a Reply

Your email address will not be published. Required fields are marked *