ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଯୋଗଦାନ ନେଇ ପ୍ରସ୍ତୁତି ବୈଠକ

—- ଡାବୁଗାଁ, ୪/୧ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ରେ ଯୋଗଦାନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ଗ୍ରାମରୁ ପ୍ରତି ଘରୁ ମୁଠାଏ ଚାଉଳ ଓ ୧ ଟି ଗୁଆ ସଂଗ୍ରହ କରାଯିବ ଏବଂ ୧୭ ତାରିଖ ପୂର୍ବରୁ ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ ପୁରୀକୁ ପଠାଯିବ | ପ୍ରତି ପଞ୍ଚାୟତରୁ ୨୦ ଜଣ ଲେଖାଏଁ ଲୋକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ରେ ଯୋଗଦେବାକୁ ପୁରୀ ପଠାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା | ୧୭ ତାରିଖ ଦିନ ପଞ୍ଚାୟତ ଓ ବ୍ଲକ ସଦର ମହକୁମାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଲୋକ ମାନଙ୍କୁ ଦେଖାଯିବାର କାର୍ଯ୍ୟକ୍ରମ ରହିଛି | ଏହି ବୈଠକରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ଆପ୍ପା ରାଓ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଧନସିଂ ଭତରା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପ୍ରଭାକର ମୁଦୁଲି, ପର୍ଶୁରାମ ମାଳୀ, ଅର୍ଜୁନ ଭତରା, ହଳଧର ଜାନୀ, ସମସ୍ତ ପଞ୍ଚାୟତ ସରପଞ୍ଚ, ଗ୍ରାମ ରୋଜଗାର ସେବିକାସେବକ, ଯୋଗାଣ ସହାୟକ ମାନେ ଉପସ୍ଥିତ ଥିଲେ | ଡାବୁଗାଁ ରୁ ଦୁର୍ଗା ପ୍ରସାଦ ଖୁଣ୍ଟିଆ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *