ଅସ୍ତରଙ୍ଗ ବ୍ଲକରୁ ଉଦ୍ଘାଟନ ହେଲା ଅର୍ପଣ ରଥ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ପାଇଁ ।ଆଜିଠାରୁ ସାରା ରାଜ୍ୟରେ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିବ। ସେଥି ପାଇଁ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ପତାକା ଦେଖାଇ ୫ଟି ଅର୍ପଣ ରଥକୁ ଅସ୍ତରଙ୍ଗ ବିଡ଼ିଓ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର ଉଦ୍ଘାଟନ କରିଛନ୍ତି । ଏହି ରଥ ପ୍ରତି ପଞ୍ଚୟତ ପରିକ୍ରମା ସହ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ ,ଗୁଆ ଓ ନଡ଼ିଆ ସଂଗ୍ରହ କରିବ । ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ ।


Leave a Reply

Your email address will not be published. Required fields are marked *