ଜୁଆ ଖେଳ ବନ୍ଦ ଦାବିରେ ବ୍ୟାନର ଲାଗିଲା

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ୨୬ ଗୋଟିଏ ପଞ୍ଚାୟତରେ ଜୁଆ ଖେଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘ ବର୍ଷ ଧରି ଖେଳ ବନ୍ଦ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ନ ଦେବାରୁ ସକାଳେ ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତା ର ମାରଙ୍ଗପାଳୀ ନିକଟରେ ଏକ ବ୍ୟାନର ଲଗାଇ ଜୁଆ ଖେଳ ବନ୍ଦ ଲାଗି ଦାବି କରାଯାଇଛି। ଉକ୍ତ ବ୍ୟାନର ରେ କୌଣସି ମାଓ ସଂଗଠନ ନାମ ରହି ନ ଥିବା ବେଳେ ୨୦୨୪ ମସିହାରେ ରାଇଘର ଓ କୁନ୍ଦେଇ ପୋଲିସ କୁ ଚେତାବନୀ ଦିଆଯାଇଛି। ରାଇଘର ବ୍ଲକ ଠାରେ ଜୁଆ ଖେଳ ବନ୍ଦକର ନଚେତ ନକ୍ସଲ ରେ ସାମିଲ ହେବୁ, ଆଦିବାସୀ ଲୋକ ସର୍ବହରା ହେଉଛନ୍ତି, ଏଥି ପାଇଁ ପୋଲିସ ପ୍ରଶାସନର ଦାୟୀ ବୋଲି ବ୍ୟାନର ରେ ଉଲ୍ଲେଖ ରହିଛି। ପୋଷ୍ଟର ଲାଗିବା ପରେ ରାଇଘର ଥାନା ପକ୍ଷରୁ ବ୍ୟାନର ଟି ଜବତ କରାଯାଇଛି। ପୋଷ୍ଟର ପ୍ରସଙ୍ଗ ସହ ଲେଖା ଅନୁସାରେ ଏହା ମାଓ ସଂଗଠନ ନୁହେଁ ବରଂ ବରଂ ସ୍ଥାନୀୟ ଯୁବ ଗୋଷ୍ଠୀ ଦ୍ବାରା ବ୍ୟାନର ଲଗା ଯାଇଥିବା ପୋଲିସ ଅନୁମାନ କରିଛି।, ସୂଚନା ଥାଉ କି ବ୍ଲକ ଠାରେ ପୋଲିସ ଅନୁମତି ରେ ଖେଳ ଆୟୋଜନ କରୁଥିବା ନେଇ ଜୁଆ ଦଲାଲ ପ୍ରକାଶ କରୁଥିବାବେଳେ ମାସିକ ଅର୍ଥ ଦେଇ ଖେଳ ଆୟୋଜନ କରୁଥିବା ନେଇ ଦଲାଲମାନେ ପ୍ରକାଶ କରି ନିଭ୍ଯୟରେ ସହ ଖେଳ ଆୟୋଜନ କରୁଛନ୍ତି। ଏହାକୁ ନେଇ ମହିଳା ସଂଗଠନ ମଧ୍ୟରେ ବି ଆନ୍ଦୋଳନ ଦାନା ବାନ୍ଧିଲାଣି। ଜିିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଂଚଳ ବାସି ଦାବି କରିଛନ୍ତି।
ରାଇଘର ବ୍ଲକ ରୁ ସନ୍ତୋଷ କଲାର ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *