ବରଗଡ଼ରେ ସଡ଼କ ସପ୍ତାହ-୨୦୨୪ ପାଳିତ


ବରଗଡ:-ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୪ ସଡ଼କ ସପ୍ତାହ ପାଳନ ଅବସରରେ ଭେଡେନ ର ସ୍ଵେଚ୍ଛା ସେବୀ ଅନୁଷ୍ଠାନ ଅମୃତ କୁଟୁମ୍ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା ଓ ଉପସଭାପତି ଘନଶ୍ୟାମ ଅଗ୍ରୱାଲ ଙ୍କୁ”ଗୁଡ ସାମରିଟାନ” ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ଉତ୍ସବରେ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା, ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ,ସମ୍ମାନିତ କରାଯାଇ ଥିଲା।ଏହି ସମୟରେ ବରଗଡ଼ ପୌରାଧ୍ୟକ୍ଷା କଲ୍ପନା ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନୀନୀ ଭୋଇ, ପରିବହନ ଅଫିସର ଅଧିକାରୀ ମାନେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ ଦୁର୍ଘଟଣା ରେ ଆହତ ବ୍ୟକ୍ତିର ଜୀବନ ରକ୍ଷା ପଦକ୍ଷେପ ଗ୍ରହଣ କରୁଥିବାରୁ,ତାଙ୍କର ଏ ଭଳି ସେବାପାଇଁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି।”ଅମୃତ କୁଟୁମ୍”ସମସ୍ତ ସଦସ୍ୟ/ସଦସ୍ୟା ମାନେ ଆନନ୍ଦ ସୁନା ଓ ଘନଶ୍ଯାମ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିବାରୁ ସମଗ୍ର ଭେଡେନ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।


ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *