ଅଷ୍ଟମ ଦିବସରେ ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ


ବରଗଡ:-(୯.୧୨)ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଅଷ୍ଟମ ଦିବସରେ ମହାରାଜ କଂସ ଥୁଆପାଲି ନଗର ଭ୍ରମଣ କରି ପ୍ରଜାମାନଙ୍କ ସୁଖଦୁଃଖ ବୁଝି ଥିଲେ।ଯେଉଁ ମାନେ ଆଇନ ଅମାନ୍ୟ କରୁଥିଲେ,ସେମାନଙ୍କ ଠାରୁ ଜରିମାନା ନେବାକୁ ମନ୍ତ୍ରୀ ପରିଷଦ କୁ ଆଦେଶ ଦେଇଥିଲେ।ଆଜି ରାଜ ଦରବାରରେ କଂସ ଷଡମଲ୍ଲ ନିହତ ଖବର ପାଇ ବିବ୍ରତ ହୋଇଥିଲେ। ଆଜି ରାଜ ଅତିଥିଭାବେ ପ୍ରକୃତି ବନ୍ଧୁ, ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ତଥା ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ ଓ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଉଭୟ କଂସ ମହାରାଜଙ୍କୁ ଚାରାଗଛ ପ୍ରଦାନ କରିଥିଲେ। ମହାରାଜ କଂସ ସମଗ୍ର ଥୁଆପାଲି ନଗର ଓ ମଥୁରା ନଗରୀ ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ପ୍ରଚାର ଓ ପ୍ରସାର ଦିଗରେ ଆବଶ୍ୟକ ପଦ କ୍ଷେପ ନେବାକୁ ମହାରାଜ କଂସ ମନ୍ତ୍ରୀ ପରିଷଦ କୁ ନିର୍ଦ୍ଦେଶ ଦେଇ ଥିଲେ।କଂସ ଦରବାରରେ ଅତାବିରା ବ୍ଲକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଛାତ୍ରୀ କୁନି କଳାକାର ସଞ୍ଚିତା ମେହେର ତାଙ୍କ ସମ୍ବଳପୁରୀ ନୃତ୍ୟ ପରିବେଷଣ କରିଥିଲେ ଓ ମହାରାଜ କଂସ ଠାରୁ ଉଚ୍ଚ ପ୍ରଶଂସିତ ହୋଇ ଥିଲେ।ଧନୁଯାତ୍ରା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା।ଧନୁଯାତ୍ରା କମିଟି ର ମୁଖ୍ୟ ଅନିରୁଦ୍ଧ ସାହୁ ସଂଯୋଜନା କରିଥିଲେ।ଧନୁଯାତ୍ରା କମିଟି ପକ୍ଷରୁ ଲଲିତ ମେହେର ଓ ଧର୍ମରାଜ ଭୂଏ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।ଧନୁଯାତ୍ରା ମହୋତ୍ସବ ରେ ସମ୍ବଲପୁର ଜିଲ୍ଲା ଗୋସାଲା ଲାୟନ୍ସ କ୍ଲବର ସମ୍ଭବ ପ୍ରୟାସ ତରଫରୁ ପାନୀୟ ଜଳର ବ୍ୟବସ୍ଥା ରହିଥିଲା।ଏହାର ତତ୍ବା ବଧାନରେ ଲାୟନ୍ସ ସୁନୀଲ କୁମାର ଅଗ୍ରୱାଲ,ରଶ୍ମିରଞ୍ଜନ ପାଢ଼ୀ ଓ ଯୋଗେ ଶର୍ମା।ଦିନ କୁ ଦିନ ଧନୁଯାତ୍ରା ଦେଖିବାକୁ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି।କଂସ ମହାରାଜ,ମନ୍ତ୍ରୀ ପରିଷଦ ଓ ରାଜ ନର୍ତ୍ତକୀ ଅଭିନୟ,ମିନା ବଜାର, ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ପାଇଁ ଜନସାଧାରଣଙ୍କ ଭିଡ ଜମିବାରେ ଲାଗି ରହିଛି।ଧନୁଯାତ୍ରା ପରିଚାଳନା ରେ ସ୍ଵେଚ୍ଛାସେବୀ,ଧନୁଯାତ୍ରା କମିଟି ଓ ଥୁଆପାଲି ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ ରହିଛି।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *