ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ରାଇଘର ଗସ୍ତ |


Aରାଇଘର ତା 09/01-ଓଡିଶାର ପୂର୍ବତନ 5ଟି ସଚିବ ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ହେଲିକେପ୍ଟର ଯୋଗେ ରାଇଘର ଗସ୍ତ କରିଛନ୍ତି |ତାଙ୍କର ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି |ଏହି କ୍ରମରେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି |ନବରଙ୍ଗପୁର ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ପୋଲିସ ଫୋର୍ସ ସହ ସିଆରପିଏଫ ଓ ଆଇ ଆର ବି ଯବାନ ମାନଙ୍କୁ ନିୟୋଜିତ କରାଯାଇଥିଲା |ଆଜି ମଧ୍ୟାହ୍ନ 12ଟା 45ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରାଇଘର ସ୍ଥିତ ମିନି ଷ୍ଟାଡିୟମରେ ଅବତରଣ କରି ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ଓ ପ୍ରାୟ 45ମିନିଟ ରହିବା ପରେ ଲକ୍ଷ୍ମୀପୁର ଗସ୍ତ କରିଥିଲେ |5ଟି ଅଧ୍ୟକ୍ଷଙ୍କ ଗସ୍ତର ଦୁଇଦିନ ପୂର୍ବରୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ତଥା ଜିଲ୍ଲା ପୋଲିସ ର ବରିଷ୍ଠ ଅଧିକାରୀମାନେ ରାଇଘର ଆସି ପ୍ରସ୍ତୁତି ର ସମୀକ୍ଷା କରିବା ସହିତ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ |ସେହିପରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଥିଲା |5ଟି ଅଧ୍ୟକ୍ଷ ସଭାରେ ଯୋଗଦେଇ ବିଗତ ବର୍ଷର ମାର୍ଚ୍ଚ ମାସରେ ରାଇଘର ଅଂଚଳବାସୀ ଅଭିଯୋଗ ଯାହାସବୁ ଅଭିଯୋଗ କରିଥିଲେ ତାହା ପୂରଣ କରାଯାଇଥିବା କରିଥିଲେ |
ନବରଙ୍ଗପୁରରୁ ହରିହର ଶତପଥୀ ଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା।

Leave a Reply

Your email address will not be published. Required fields are marked *