କମଳା ପ୍ରକାଶନୀର ପ୍ରତିଷ୍ଠାତା କମଳା ମହାପାତ୍ର ଙ୍କ ତିରୋଧାନ


ଫୁଲବାଣୀ ସହରର ଏକମାତ୍ର ନିର୍ଭର ଯୋଗ୍ୟ ପୁସ୍ତକ ପ୍ରକାଶନୀ “କମଳା ପ୍ରକାଶିନୀ”ର ପ୍ରତିଷ୍ଠାତା କମଳା ମହାପାତ୍ର ଆଉ ନାହାନ୍ତି | ଗତକାଲି ସେ 88 ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ | ମୃତ୍ୟୁ ଶଯ୍ୟାରେ ତାଙ୍କ ପୁଅ ଝିଅ ବୋହୂ ନାତି ନାତୁଣୀ ସହିତ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ | ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣା ମହିଳା ଅଟନ୍ତି | ତାଙ୍କ ମୃତ୍ୟୁ ଖବର ପାଇଲା ମାତ୍ରେ ସହରରେ ଶୋକର ଛାୟା ଖେଳିଯାଇଥିଲା | ବହୁ ବୁଦ୍ଧିଜୀବୀ, କବି, ଲେଖକ ଶୁଭେଛୁ, ଆତ୍ମୀୟ ସ୍ୱଜନ ମାନେ ଆସି ଶେଷ ଦର୍ଶନ କରିବା ସହ ଶେଷକୃତ୍ୟରେ ଯୋଗଦେଇଥିଲେ | ବଡ଼ ପୁଅ ଶ୍ରୀ ପ୍ରସନ୍ନ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ | ପ୍ରକାଶଯୋଗ୍ୟ କନ୍ଧମାଳର ବରିଷ୍ଠ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସ୍ବର୍ଗତ ମହାପାତ୍ରଙ୍କର ସାନ ପୁଅ ଅଟନ୍ତି | ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ସମ୍ବାଦ ସାହିତ୍ୟ ଘର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ,ରୋଟାରି କ୍ଲବ, ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି ପ୍ରଭୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି |

Leave a Reply

Your email address will not be published. Required fields are marked *