ଲୁପୂର୍ ସିଂହା ଠାରେ ଡୁମାଲ ସମାଜ ର ସାଂଗଠନିକ ବୈଠକ

ବରଗଡ:-ବରଗଡ଼ ଜିଲ୍ଲା ଡୁମାଲ ପରିଷଦ ର ଏକ ସାଙ୍ଗଠନିକ ବୈଠକ ଭେଡେନ ବ୍ଲକ ବକଟି କେନ୍ଦ୍ର ଅଧୀନ ଲୁପୁରସିଂହା ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡୁମାଲ ପରିଷଦ ବରଗଡ ଜିଲ୍ଲା ସଭାପତି ଗଣେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଡୁମାଲ ପରିଷଦ,ଓଡିଶା ରାଜ୍ୟ ସଭାପତି ଦୟାସାଗର ମେଣ୍ଡଳୀ ମୁଖ୍ୟ ଅତିଥି ଓ ରାଜ୍ୟ ମହିଳା ଡୁମାଲ ପରିଷଦର ସଭାନେତ୍ରୀ ହେମାବତୀ କରନ ଏବଂ ରାଜ୍ୟ ଡୁମାଲ ପରିଷଦର ପୂର୍ବତନ ଉପସଭାପତି ମୁରଲୀଧର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ମାହେଶ୍ୱରୀ ମନ୍ଦିରରେ ମା ମାହେଶ୍ୱରୀଙ୍କର ପୂଜା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବରଗଡ ଜିଲ୍ଲାର ସମସ୍ତ ୧୨ଟି କେନ୍ଦ୍ରର ସଭାପତି,ସମ୍ପାଦକ, କର୍ମକର୍ତ୍ତା ଓ ଗ୍ରାମ୍ୟ କମିଟିର ସଭାପତିବୃନ୍ଦ ଯୋଗଦାନ କରିଥିଲେ ।ଜିଲ୍ଲାର ବିଭିନ୍ନ ମାହେଶ୍ୱରୀ ମନ୍ଦିରରୁ ଆସିଥିବା ମହାକୁର, ଦେହେରୀ ଓ ବେଜି ମାନଙ୍କୁ ଜିଲ୍ଲା କମିଟି ତରଫରୁ ସମ୍ମାନିତ କରାଯାଇଥିଲା।ରାଜ୍ୟ କମିଟି ତରଫରୁ ପ୍ରସ୍ତାବ ଗୃହୀତ ହୋଇଥିବା ଗାଁକୁ ଯୋଡ କାର୍ଯ୍ୟକ୍ରମକୁ ପ୍ରତ୍ୟେକ କେନ୍ଦ୍ରର ଅଧୀନ ଗାଁଗୁଡିକରେ ଆସନ୍ତା ଜାନୁଆରୀ ୩୧ସୁଦ୍ଧା ଗ୍ରାମ୍ୟ କମିଟି ଗୁଡିକ ଗଠନ କରିବା ପାଇଁ କେନ୍ଦ୍ର ସଭାପତି ମାନଙ୍କୁ ଦାୟିତ୍ୱ ଦିଆ ଯାଇଥିଲା।ଗାଁ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଡୁମାଲ ଜାତି ସଂଗଠନ କୁ ମଜବୁତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ପରିବାର ପଞ୍ଜିକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ବିବାହ ସମୟରେ ପରିଚୟ ପତ୍ର ପ୍ରଦାନ ବାଧ୍ୟତାମୂଳକ କରିବା, ଡୁମାଲ ଜାତିର ରୀତିନୀତି,ଚାଲି ଚଳନ,ସଂସ୍କୃତି ଓ ସମ୍ବିଧାନ କୁ ସମସ୍ତ ଜାତିଭାଇ ମାନିଚଳିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।ପରିବାର ପଞ୍ଜିକରଣ ଓ ଗ୍ରାମ୍ୟ କମିଟି ଗଠନ ଧାର୍ଯ୍ୟ ସମୟରେ ଠିକ ଭାବେ ସମ୍ପାଦନ କରିଥିବାରୁ ସରଳା କେନ୍ଦ୍ର ସଭାପତି କରମଚାନ୍ଦ ପ୍ରଧାନଙ୍କୁ ଜିଲ୍ଲା କମିଟି ତରଫରୁ ସମର୍ଦ୍ଧିତ କରାଯାଇଥିଲା। ମାଁ ମାହେଶ୍ୱରୀଙ୍କର ପୂଜା ଵିଧି, ରୀତିନୀତି ସମ୍ୱନ୍ଧେ ସମସ୍ତ ଜାତିଭାଇ ଙ୍କର ଅବଗତ ପାଇଁ ଏକ ପୂଜାଵିଧି ପୁସ୍ତିକା ଲେଖିବା ପାଇଁ ପୋଡ଼ବାଡି ମାହେଶ୍ୱରୀ ମନ୍ଦିର ବେଜି ତଥା ଶାକ୍ତ କବି ପଦ୍ମନ କର୍ଣ୍ଣଙ୍କୁ ଅନୁରୋଧ କରାଯାଇଥିଲା।ଏହି ବୈଠକରେ ଜିଲ୍ଲା ସମ୍ପାଦକ ସୁବାସ ଥାଟି, କୋଷାଧକ୍ଷ ଲୋକନାଥ କ୍ଷେତି,ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।ସଭା ଶେଷ ରେ ଜିଲ୍ଲା ଉପସଭାପତି ସୁଶୀଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାସାଙ୍ଗ କରାଯାଇଥିଲା।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *