ନବମ ଦିବସରେ ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ


ବରଗଡ:-(୧୦.୧)ବରଗଡ ଜିଲ୍ଲା ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ ର ନବମ ଦିବସରେ କାଳିଆ ନାଗ ଶରଣାଗତ ଓ ମଥୁରା ନରେଶ କଂସ ମହାରାଜ ଅତ୍ୟାଚାର ରେ ମୁନିରୁଷି ମାନେ ତ୍ରାହି ତ୍ରାହି ହୋଇଥିଲେ।ମହର୍ଷି ନାରଦ ଙ୍କ ସହିତ ବିଚାରବିମର୍ଶ ପରେ କଂସ ରଂଗସଭା ଆୟୋଜନ କରାଯାଇ ଥିଲା।ରାଜଦରବାର କୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଯାତ୍ରା କମିଟି ର ସଭାପତି ଅନିରୁଦ୍ଧ ସାହୁ।ରାଜ ଅତିଥି ଭାବରେ ସମ୍ବଲପୁରୀ ଚଳଚ୍ଚିତ୍ର ପ୍ରଯୋଜକ ନିର୍ଦ୍ଦେଶକ ତଥା ଅଭିନେତା ମନୋଜ ମିଶ୍ର,ବରଗଡ ଗାନ୍ଧୀଶ୍ରୁତି ପାଠାଗାର ମୁଖ୍ୟ ଶିକ୍ଷାବିତ୍ ପ୍ରଦୀପ ହୋତା, ମଂଚ କଳାକାର ଶୁଶିଲ ମେହେର ଓ କୋଶଲ ସେନା ରମଣୀ ଦନ୍ତା, ସୌମ୍ୟରଞ୍ଜନ ଦାଶ ଓ ଅନନ୍ତ ମହକୁର।ଦରବାରରେ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ ଦେଇ ସମ୍ମାନିତ କରିଥିଲେ,ଯାତ୍ରା କମିଟିର ଧର୍ମରାଜ ଭୂଏ, ଜିତେନ୍ଦ୍ର ପୋଢ଼ ଓ ଲଲିତ ମେହେର। ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ମାନେ ନାଚ,ଗୀତ ପରିବେଷଣ କରି ମହାରାଜ କଂସ ଦରବାରରେ ପୁରସ୍କୃତ ହୋଇଥିଲେ। ଗୋପପୁର ରେ କୃଷ୍ନ ବଲରାମ ନାବକେଳି ଅନୁଷ୍ଠିତ ହୋଇଥିଲା। ନନ୍ଦରାଜା ଭୂମିକାରେ ପୂର୍ଣ୍ଣ ଚନ୍ଦ୍ର ଯୁଆଡି ଓ ତାଙ୍କର ଧର୍ମପତ୍ନୀ ସତ୍ୟ ବତୀ ଯୁଆଡି ନନ୍ଦରାଣୀ ଭୂମିକାରେ ଅଭିନୟ କରିଥିଲେ।ଏହି ସମୟରେ ରୂପାପାଲି ଗ୍ରାମ ର ଚିନାମାଲି ଓ ସାଥୀ ସଂଚାର ପ୍ରଦର୍ଶନ କରିଥିଲେ।ହଜାର ହଜାର ସଂଖ୍ୟା ରେ ଦର୍ଶକ ମାନେ ଉପଭୋଗ କରିଥିଲେ।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *