ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ବୈଠକ


ବରଗଡ:-(୧୦.୧)ବରଗଡ ଜିଲ୍ଲା ଭେଡେନ ବ୍ଲକ ପଂଚାୟତ ଉଚ୍ଚ ବିଦ୍ୟାଳୟ ସାଲନା ଠାରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା ଓ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହୁ ।ଏଥିରେ ସଭାପତିତ୍ବ କରିଥିଲେ ସାଲନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ବାଗ। ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ। ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ନିଜ ନିଜ ବକ୍ତବ୍ଯ ରଖିଥିଲେ। ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ସମୟରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ /ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା


Leave a Reply

Your email address will not be published. Required fields are marked *