ରେଲ ଷ୍ଟେସନରେ ଧାରଣା ଅନ୍ତିମ ପର୍ଯ୍ୟାୟରେ


ବରଗଡ଼:-(୧୦.୧)ଏହି ଅଞ୍ଚଳ ପ୍ରତି ରେଳବାଇର କ୍ରମାଗତ ଅବହେଳା ପ୍ରତିବାଦରେ ବରଗଡ଼ ରେଳ ଉପଭୋକ୍ତା ସଂଘ ତରଫରୁ ଆସନ୍ତା କାଲି ତା. ୧୧/୦୧/୨୦୨୪ ଦିନ ହେବାକୁ ଥିବା ଦିନ ୧୦ ଘ. ରୁ ୧ ଘ. ପର୍ଯ୍ୟନ୍ତ ତିନିଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଆଜି ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଶେଷ ହୋଇଛି । ବଲାଙ୍ଗୀରରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ୍ ତଥା ବରଗଡ଼ ଦେଇ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନ୍ ଚଳାଇବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ରେଳବିଭାଗ କର୍ଣ୍ଣପାତ କରୁ ନ ଥିବାରୁ ବରଗଡ଼ ଓ ବଲାଙ୍ଗୀରର ରେଳ ଉପଭୋକ୍ତା ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଡ଼ାକରା ଦେଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଉଭୟ ଷ୍ଟେସନରେ ଧାରଣା ପ୍ରଦର୍ଶନ କରାଯିବ। ପରେ ରେଳରୋକୋ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆ ହୋଇଛି। ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପତ୍ରମାଧ୍ୟମରେ ଜଣାଇ ଦିଆଯାଇଥିବା କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ। ଏହା ଲୋକଙ୍କ ସୁବିଧା ପାଇଁ କରାଯାଉ ଥିବାରୁ ସଂଘ ତରଫରୁ ଜନସାଧାରଣଙ୍କ ନୈତିକ ସମର୍ଥନ ଲୋଡାଯାଇଛି।ଅନ୍ତିମ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ଆଜି ତା. ୧୦/୧/୨୪ ଦିନ ସଂଘର ଏକ ପ୍ରତିନିଧି ଦଳ ଷ୍ଟେସନର ଧାରଣା ସ୍ଥଳକୁ ଯାଇଥିଲେ। ଏହି ଦଳରେ କୃଷ୍ଣ ଚନ୍ଦ୍ର ପଣ୍ଡା, କମଳ ଯୋଷୀ, ଅଭିଜିତ ପ୍ରତିହାର, ଦେବୀ ପଟ୍ଟନାୟକ ଓ ତୁଳସୀ ଚରଣ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *