ଦଶମ ଦିବସରେ ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ


ବରଗଡ:-(୧୧.୧)ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଚାଲିଥିବା ଆଜି ଦଶମଦିନରେ ଗୋପପୁର ରେ ଅକୃର ଆଗମନ, ନଂଦରାଜା ପୂର୍ଣ୍ଣ ଚନ୍ଦ୍ର ଜୁଆଡି ଓ ନଂଦରାଣୀ ସତ୍ୟ ବତୀ ଯୁଆଡି ଅଭିନୟ କରିଥିଲେ, ଧନୁଯାତ୍ରା ଦେଖିବାକୁ ମହାରାଜ କଂସ ଚିଟାଉ ଦେଇଥିଲେ,ଏଥିରେ କୃଷ୍ନ ବଲରାମ ଧନୁଯାତ୍ରା ମଥୁରା ନଗରୀ ଧନୁଯାତ୍ରା ଦେଖିବାକୁ ଲେଖା ଯାଇଥିଲା।ଏହି ସମୟରେ ଗୋପାଳ ବାଳକ,ବାଳିକା,ଗୋପପୁରବାସୀ ଉପସ୍ଥିତ ଥିଲେ,ଆଲୋଚନା ପରେ ଅତ୍ୟନ୍ତ ମର୍ମାହତ ଓ ଦୁଃଖରେ ଅଭିଭୂତ ହୋଇ କୃଷ୍ନ ବଲରାମ ଙ୍କୁ ବିଦାୟ ଦେଇଥିଲେ।କଂସ ଦରବାର ରେ ରାଜ ଅତିଥିଭାବେ ରେମଣ୍ଡା ର ବିଶଷ୍ଟ ଶିକ୍ଷାବିତ୍,ସମାଜସେବୀ ଶିବ ନାରାୟଣ ଶତପଥୀ,ଅତାବିରା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ର ବରଗଡ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ନିହାର ରଞ୍ଜନ ମହାନନ୍ଦ, ସୋରନା ବିଶିଷ୍ଟ ମଂଚ କଳାକାର ଶୁଶିଲ କୁମାର ନାୟକ ଯୋଗଦେଇ ଥିଲେ।ଆଜି ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଘୁଡକା ନାଚ,ରାଜ ନର୍ତ୍ତକୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ମହୋତ୍ସବ ଉପଭୋଗ କରିଥିଲେ ।ଧନୁଯାତ୍ରା କମିଟି,ସ୍ଵେଚ୍ଛାସେବୀ, ଥୁଆପାଲି ଗ୍ରାମବାସୀ ମାନେ ଉପସ୍ଥିତ ରହି ଧନୁଯାତ୍ରା ପରିଚାଳନା ସହଯୋଗ କରିଥିଲେ।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *