ଖାଉପାଲି ରେ ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ:-(୧୨.୧)ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ପଞ୍ଚାୟତ ଅର୍ନ୍ତଗତ ଖାଉପାଲି ଗ୍ରାମ ଠାରେ ମୁଖ୍ୟଅତିଥି ଭାବରେ ରାଜ୍ୟ ବିଜୁ ଜନତା ଦଳର ମହିଳା ସଭା ନେତ୍ରୀ ତଥା ମାନନୀୟା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଗିଂନୀ ଛୁରିଆଙ୍କ କରକମଳ ରେ ନବନିର୍ମିତ ନାଗବାଚା ମନ୍ଦିର ମାଝିପଡା କ୍ଲବ, ହରିଜନପଡା କମ୍ଯୁନିଟି ସେଣ୍ଟର, ଅଙ୍ଗନବାଡି ସେଣ୍ଟର ଜନସାଧାରଣ ଙ୍କ ବ୍ୟବହାର ନିମନ୍ତେ ଉତ୍ସର୍ଗୀକୃତ କରିଥିଲେ।ଏହି ସମୟରେ ସମ୍ମାନିତ ଅତିଥି ଭାବେ ଭେଡେନ ପଂଚାୟତ ସମିତି ର ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଉପାଧ୍ୟକ୍ଷ ଡୋଳାମଣି କ୍ଷେତି,ଜିଲ୍ଲା ପରିଷଦ ସଭ୍ୟା ପଦ୍ମିନୀ ଗଡତିଆ, ପିଙ୍କି ବଢ଼େଇ,ଲୁପୁରସିଂହା ସରପଞ୍ଚ ପ୍ରତାପ ହୋତା,ସମିତି ସଭ୍ୟ ଆନନ୍ଦ କର୍ମୀ,ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ,ଚିଚିଣ୍ଡା ସରପଞ୍ଚ ସିମା ମେହେର,ରୁଷୁଡା ସରପଞ୍ଚ ସୁରେନ୍ଦ୍ର କର୍ମୀ,ଅର୍ଜୁଣ୍ଡା ସରପଞ୍ଚ ଖଇରୀ ଦୀପ ଓ ଭେଡେନ ପେକ୍ସ ସଭାପତି ହରିଶଙ୍କର ବେହେରା ଓ ଲୁପୁର ସିଂହା ପଞ୍ଚାୟତ ବିଶିଷ୍ଟ ସମାଜ ସେବୀ ରଞ୍ଜନ କୁମାର ହୋତା, ଗୌରାଙ୍ଗ ପ୍ରଧାନ ଓ ଲୁପୁରସିଂହା ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଲୁପୁରସିଂହା ପଞ୍ଚାୟତର ଓ ଖାଉପାଲି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ରହି ଥିଲେ।ଖାଉପାଲି ଗ୍ରାମବାସୀ ଉଦଘାଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *