ଶେଷ ଦିବସରେ ଥୁଆପାଲି ୨୮ତମ ବିରାଟ ଧନୁଯାତ୍ରା ମହୋତ୍ସବ

ବରଗଡ:-(୧୨.୧)ବରଗଡ ଜିଲ୍ଲା ଥୁଆପାଲି ର ଦୀର୍ଘ ୧୧ଦିନ ଧରି ଚାଲିଥିବା ୨୮ ତମ ବିରାଟ ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦ୍ ଯାପିତ ହୋଇଯାଇଛି।ମନ୍ତ୍ରୀ ଅକ୍ରୁର ସହିତ ମଥୁରାନଗରୀ ପ୍ରବେଶ କଲାମାତ୍ରେ ଆନନ୍ଦ ଉଲ୍ଲାସ ସହିତ କୃଷ୍ନ ବଲରାମଙ୍କୁ ପୂଜାର୍ଚ୍ଚନା କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମଥୁରା ନଗରୀ କଂସ ଦରବାରରେ ଚାଣୁର ମୁଷ୍ଟିକ ନିହତ,କଂସ ସହିତ ଯୁଦ୍ଧ କରି କଂସ ନିହତ କରିଥିଲେ। ଉଗ୍ରେସେନ ରାଜାଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା ଓ ମଥୁରା ନଗରୀ ଶାନ୍ତି ଫେରାଇ ଆଣିଥିଲେ। କଂସ ମରିବା ପରେ ମଥୁରାନଗରୀ ଲଡୁ ବଣ୍ଟନ କରାଯାଇ ଥିଲା।ଉଦଯାପନୀ ଉତ୍ସବର ଶେଷ ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସଭାପତି ଅନିରୁଦ୍ଧ ସାହୁ ସଂଯୋଜନା କରିଥିଲେ ଓ ରାଜ ଅତିଥି ଭାବରେ ପଶ୍ଚିମ ଓଡିଶାର ସ ସ୍ୱନାମଧନ୍ୟ ଡାକ୍ତର ଡାଃ ଶଂକର ରାମଚଂଦାନୀ, ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ,କବି ମନୋରଞ୍ଜନ ଲୁହା,ମୁନିରାମ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ।ଧନୁଯାତ୍ରା କମିଟି ପକ୍ଷରୁ ଧର୍ମରାଜ ଭୂଏ ଜିତେନ୍ଦ୍ର ପୋଢ,ଲଲିତ ମେହେର ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଆଜି ରାଜଦରବାରରେ କଂସ ମହାରାଜ ଶମ୍ଭୁପ୍ରସାଦ ଖମାରୀ ଙ୍କ ସମେତ ସମସ୍ତ କଳାକାର ମାନଙ୍କୁ ପ୍ରମାଣ ପତ୍ର ସହିତ ସମ୍ମାନିତ କରା ଯାଇଥିଲା,ସମ୍ମାନିତ କରିଥିଲେ ଯାତ୍ରା କମିଟି ର ସଭାପତି ଅନିରୁଦ୍ଧ ସାହୁ, ଧର୍ମରାଜ ଭୂଏ,ଜିତେନ୍ଦ୍ର ପୋଢ, ଲଲିତ ମେହେର ଓ ଦୁଃଖୀଶ୍ଯାମ ମେହେର ପ୍ରମୁଖ।ଏହି ସମୟରେ ଯାତ୍ରା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଯାତ୍ରା କମିଟି ର ସଭାପତି ଅନିରୁଦ୍ଧ ସାହୁ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ସମାପନ ହୋଇଥିବାରୁ ଦର୍ଶକ,ଜନସାଧାରଣ କୁଂ ଧନ୍ୟବାଦ ଅର୍ପଣ କରିଥିଲେ।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ୍ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *